STORYMIRROR

SUKANTA KHANDA

Romance

3  

SUKANTA KHANDA

Romance

ପ୍ରେମ ପୁଲକ

ପ୍ରେମ ପୁଲକ

1 min
125


ଖଣ୍ଡିଉଡା଼ ପକ୍ଷୀ ସମ ଉଡୁଥିଲି 

   ସକାଳରୁ ସଞ୍ଜଯାଏ

ପ୍ରେମର ପୁଲକେ ଉନ୍ମାଦନା ହୋଇ

   କହୁଥିଲି ହାଲୋହାଏ।


ମୋର ଉନ୍ମାଦନା ଦେଖିକି ବିଭୋର

   ବୁଢା଼ଠାରୁ ପିଲାଯାଏ

ଲସର ପସର ହୋଇ ବୁଲୁଥିଲେ

   ମୁଁ ଗୁଡ଼ ମାଠିଆଟିଏ।


ପିମ୍ପୁଡି଼ଙ୍କ ଧାଡି଼ ଦେଖିକି ଯେମିତି

   କୃତାର୍ଥ ହୋଇଲା ମନ

ସମର୍ପି ଦେଲି ମୁଁ କିଛି ହିଁ ନ ଭାବି

   ଭାବୁଥିଲି ଭାଗ୍ଯବାନ।


ଖାଇ ଯାଉଥିଲେ ଗୁଡ଼ ମାଠିଆରୁ

   ଯେତେକ ପିମ୍ପୁଡି଼ ଦଳ

ବୁଢା଼ଠାରୁ ପିଲା ଯେମିତି ଧର୍ଷଣ 

   ଯେତେଥିଲା ଯାର ବଳ।


ଆଜି ମୁଁ ସମାଜେ କଳଙ୍କିନୀ ହେଲି

   ପ୍ରେମର ପୁଲକେ ମାତି

ବଞ୍ଚିବାକୁ ମୋତେ ସମାଜ ଦେବନି

   ହୃଦୟେ ହେଲାଣି ଭିତି।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance