Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Basanti Pattnaik

Romance Inspirational

3  

Basanti Pattnaik

Romance Inspirational

"ପ୍ରେମ ରେ ପ୍ରେମ

"ପ୍ରେମ ରେ ପ୍ରେମ

1 min
160


  

  ଜୀବନଟା ଏକ ବାଲିଘର

      ଏଠି କେହି ନୁହେଁ କାହାର

  ଯାହାକୁ ଭାବିବ ନିଜର

      ସେ ତ ହେବ ପର

  ପ୍ରେମର ଶବ୍ଦକୁ ବିକୃତ କରି

     ଖେଳୁଛି ଜୀବ ଦେହର ଖେଳ ।

  

 ବହୁଛି ଆଜି ସବୁଠି ଖାଲି 

     ପ୍ରେମ ପ୍ରତାରଣା ର ଅଶାନ୍ତ ଝଡ଼

 ପ୍ରେମ ସାସ୍ୱତ ପ୍ରେମ ଯେ ପବିତ୍ର

     କଦର୍ଥ କରୁଛି କେତେକ ଜୀବ

 ପ୍ରେମ ସମ୍ପର୍କ ପ୍ରତିଶ୍ରୁତି ଆଜି

     ସାଜିଛି ଖାଲି ଖେଳନା ଘର

ବିବାହ ବିଚ୍ଛେଦ ଘଟୁଛି ଆଜି

     ସତେ ଯେମିତି ବାଲିର ଘର ।


  ପ୍ରେମ ଇଶ୍ଵର ରସର ଭଣ୍ଡାର

       ମୂଢ ଜୀବ ତ ଯାଉଛି ଭୁଲି

  ପ୍ରେମ ରସକୁ ନ ପାରେ ଜାଣି

       ପାପ ବିଷ କୁ ଦେଇଛି ଭରି

 ପ୍ରେମ ନାମରେ ହତ୍ୟା ଧର୍ଷଣ

       କାମାନ୍ଧ ରାକ୍ଷସ ହେଉଛି ଉଭା

ବିଭସ୍ଛ ଭାବରେ ମେଣ୍ଟାଉଛି ସେ

       ଶରୀରର ଉତ୍କଟ କ୍ଷୁଧା ।


ପ୍ରେମର ସତ୍ତାକୁ କଦର୍ଥ କରୁଛି

      ଏହି ବିଷାକ୍ତ ବଳୟ ପ୍ରାଣୀ

ପ୍ରେମ ଅଟେ ଯେ କେତେ ଅମୃତ

      ପବିତ୍ରତାର ରସ ମଣି ।

      


Rate this content
Log in

Similar oriya poem from Romance