Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sonali Swapna Patra

Romance

3  

Sonali Swapna Patra

Romance

ପ୍ରେମ

ପ୍ରେମ

1 min
817


ତୁମଠୁ ଆରମ୍ଭ ଏଇ ପ୍ରେମ ମୋର

ତୁମ ପାଖେ ହେବ ଶେଷ,

ତୁମେହିଁ ମୋ ସ୍ପନ୍ଦନର ପ୍ରତି ସ୍ପନ୍ଦେ

ତୁମେହିଁ ମୋ ଅବଶୋଷ ।


ତୁମରି ପ୍ରେମରେ ମତୁଆଲା ମୁହିଁ

ତୁମ ପ୍ରେମ ମୋର ନିଶା,

କେମିତି କହିବି କେଉଁ ଶବ୍ଦ ଯୋଡ଼ି

ପାଉନାହିଁ କିଛି ଭାଷା ।


ତୁମରି ନାମରେ ଗଢିଛି ଦୁନିଆ

ପାଚେରୀଟି ବିଶ୍ଵାସର,

ନାହିଁ ସେହିଠାରେ ଛଳନାର ଦାଗ

ନାହିଁ ଦାଗ ସନ୍ଦେହର ।


ପ୍ରେମ ନୁହେଁ ଆମ ଦେହର ମିଳନ

ମିଳନ ତ ହୃଦୟର,

କାହା ବିନା କେହି ପୂର୍ଣ୍ଣତା ପାଏନା

ଲୋଡା ଦୁହେଁ ଦୁହିଙ୍କର ।


Rate this content
Log in