ପ୍ରେମ ପୁଲକ
ପ୍ରେମ ପୁଲକ
ହୃଦୟ କୋଣରେ ପ୍ରେମର ପୁଲକ
ସମୁଦ୍ର ଲହଡି଼ ପରି
ମାଡି଼ ଯାଉଅଛି କୁଆଡେ଼ କେଜାଣି
ଧୋଇବ ହୃଦୟ ଚିରି ।
କଳକଳ ହୁଏ ସମର୍ପି ଦେବାକୁ
ପ୍ରେମର ଅଠା କାହାକୁ
ସକାଳରୁ ସଞ୍ଜ ଉଚ୍ଛୁଳି ଉଠୁଛି
ଜଳାଇ ପ୍ରେମ ଦୀପକୁ।
କିଏ ଅଛ ଆସ ଧରି ନିଅ ବାବୁ
ଗ୍ରହଣ କର ମୋ' ପ୍ରେମ
ପ୍ରେମରେ ପ୍ରେମରେ ଭିଜି ସାରିଲିଣି
କାହିଁକି ମନ ମୋ ଭ୍ରମ ।
ଅଳ୍ପ ବୟସରୁ ଉଚ୍ଛୁଳି ଉଠିଛି
ବୁଣିବାକୁ ଏହି ବୀଜ
ଅଥୟ ହେଲାଣି ତନୁମନ ମୋର
ନ ହେଉଣୁ ସଜବାଜ ।
ଫାଙ୍କା ପବନରେ ଉଡି଼ ଯାଉଅଛି
ପ୍ରେମର ପୁଲକ ଝର
ଧରିନେଇ ବାବୁ କୋଳେଇ ବାହୁରେ
ପିଇଯାଅ ବାରବାର ।

