STORYMIRROR

SUKANTA KHANDA

Romance

3  

SUKANTA KHANDA

Romance

ପ୍ରେମ ପୁଲକ

ପ୍ରେମ ପୁଲକ

1 min
168


ହୃଦୟ କୋଣରେ ପ୍ରେମର ପୁଲକ

ସମୁଦ୍ର ଲହଡି଼ ପରି

ମାଡି଼ ଯାଉଅଛି କୁଆଡେ଼ କେଜାଣି

ଧୋଇବ ହୃଦୟ ଚିରି ।


କଳକଳ ହୁଏ ସମର୍ପି ଦେବାକୁ

ପ୍ରେମର ଅଠା କାହାକୁ

ସକାଳରୁ ସଞ୍ଜ ଉଚ୍ଛୁଳି ଉଠୁଛି

ଜଳାଇ ପ୍ରେମ ଦୀପକୁ।


କିଏ ଅଛ ଆସ ଧରି ନିଅ ବାବୁ

ଗ୍ରହଣ କର ମୋ' ପ୍ରେମ

ପ୍ରେମରେ ପ୍ରେମରେ ଭିଜି ସାରିଲିଣି

କାହିଁକି ମନ ମୋ ଭ୍ରମ ।


ଅଳ୍ପ ବୟସରୁ ଉଚ୍ଛୁଳି ଉଠିଛି

ବୁଣିବାକୁ ଏହି ବୀଜ 

ଅଥୟ ହେଲାଣି ତନୁମନ ମୋର

ନ ହେଉଣୁ ସଜବାଜ ।


ଫାଙ୍କା ପବନରେ ଉଡି଼ ଯାଉଅଛି

ପ୍ରେମର ପୁଲକ ଝର

ଧରିନେଇ ବାବୁ କୋଳେଇ ବାହୁରେ

ପିଇଯାଅ ବାରବାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance