Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Abstract Romance Inspirational

4  

LALIT MOHAN DASH

Abstract Romance Inspirational

ଫଗୁଣେ ଆସିଛି ଦୋଳ

ଫଗୁଣେ ଆସିଛି ଦୋଳ

1 min
309


ଓଡ଼ିଆ ସଂସ୍କୃତି ପ୍ରଥା ପରମ୍ପରା 

ଧର୍ମ ଭାବନା ମହାନ 

ବସନ୍ତ ଋତୁରେ ଫଗୁଣ ମାସରେ 

ଦୋଳ ପର୍ବ ପାଳନ l

ଦୋଳ ଯାତ୍ରାରେ ଶ୍ରୀ ଦୋଳଗୋବିନ୍ଦ 

ଦୋଳ ବିମାନରେ ବିଜେ 

ଭକ୍ତଙ୍କ ଦାଣ୍ଡରେ ଭୋଗ ଖାଇଥାନ୍ତି 

ଢୋଲ,ଘଣ୍ଟ,ଖୋଳ ବାଜେ l 

ଫଗୁ ଦଶମୀରେ ଭିତର ଭୋଗରୁ 

ହୁଅଇ ଦୋଳ ଆରମ୍ଭ 

ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ 

ଦୋଳ ଭୋଗ ସହ ହୁଅଇ ମେଲଣ ପର୍ବ l

ପୂର୍ଣ୍ଣିମାରେ ଗୋଠ ହୋଲି ଉତ୍ସବର 

ରାତି ପାହାନ୍ତାରେ ହୁଏ ଯମୁନା ସ୍ନାହାନ 

ମହାଆଡମ୍ବରେ ଦୋଳଯାତ୍ରା ପର୍ବ 

ହୋଇଥାଏ ସମାପନ l 

ଦୋଳ ବିମାନରେ ଦୋଳଗୋବିନ୍ଦଙ୍କ 

ଦର୍ଶନରେ ପୂଣ୍ୟ ଫଳ 

ଆମ ସଂସ୍କୃତିରେ ମହାନ ପର୍ବ 

ଫଗୁଣେ ଆସିଛି ଦୋଳ ll 



Rate this content
Log in

Similar oriya poem from Abstract