STORYMIRROR

Bidyadhar Mantry

Abstract Inspirational Others

3  

Bidyadhar Mantry

Abstract Inspirational Others

ଅଭାବ

ଅଭାବ

1 min
149


ସଭ୍ୟତାର ଛିଟା 

ପ୍ରଗତି ,ବିକାଶ ,ସମୃଦ୍ଧି

ଅର୍ଥନୀତି ର ଉଦାରୀକରଣ

ବାଣିଜ୍ୟ ପ୍ରତିଷ୍ଠାନର କ୍ରମବିକାଶ

ଆତ୍ମନିର୍ଭରଶୀଳ ଯୋଜନାର ରୂପାୟନ

ଭିତ୍ତିଭୂମି ର ବିସ୍ତାରିତ କ୍ଷେତ୍ର

ସମାଜରେ ପ୍ରତିଫଳିତ ବିକାଶର ଚିତ୍ର

ତଥାପି ଅଭାବ ପରିଲିକ୍ଷିତ ,ବାସ୍ତବତା ର ଚିତ୍ର।


ସଡକ,ଯାତାୟାତ, ଗମନାଗମନ

ବିଜ୍ଞାନର ବିଶେଷ ଅବଦାନ

ମଣିଷ ସମାଜ ଭୂପୃଷ୍ଠରେ ବେଶ୍ ବଳବାନ

ପ୍ରଯୁକ୍ତି ବିଦ୍ୟାର ଉପଯୋଗ ରେ ବୁଦ୍ଧି ର ବିକାଶ

ମସିଷ୍କ ର ଅହରହ ବିନିଯୋଗ

ଉନ୍ନତିର ଚରମସୀମା ରେ

ହାତ ମୁଠାରେ ସ୍ମାର୍ଟ୍ - ଫୋନ୍,ସଭ୍ୟତାର ପ୍ରତୀକ

ତଥାପି ଅଭାବ ,ଖାଲି ଖାଲି ର ଭାବନା।


ନିର୍ଜୀବ ବସ୍ତୁ ପ୍ରତି ତୀକ୍ଷ୍ଣ ନଜର

କରାୟତ ହେଲା ସହଜରେ

ଗବେଷଣା ଅଧ୍ୟୟନ ପରୀକ୍ଷା ନିରୀକ୍ଷା

ପ୍ରତି ଉପାଦାନ ର ବଳିଷ୍ଟ ବିକାଶ

ଦୀର୍ଘଦିନ, ଦୀର୍ଘସମୟ ର କାମ

ଆଖି ପିଛୁଳାକେ ସମ୍ଭବ, ଅତ୍ୟାଶ୍ଚର୍ଯ୍ୟ

ତଥାପି ଅଭାବ,ଆଉ କିଛି ବାକି।


ପ୍ରତିକ୍ଷେତ୍ର ରେ ବିକାଶ ର ଧାରା

ଆଗରୁ ନ ଥିଲା,କ୍ରମବିକାଶ

ଜାଣି ନ ଜାଣିବାର ଅଭିନୟ

ଚଳନ୍ତି ସଭ୍ୟତାର ଯୁବ ବର୍ଗ ଗୋଷ୍ଠି

ସବୁ କିଛି ସହଜରେ ଉପଲବ୍ଧ

ସଂଘର୍ଷ ସମସ୍ୟା ଅଭାବ କଣ

ଓଲଟା ପ୍ରଶ୍ନ ବାଣ, କୃର ପରିହାସ ।


ଅଭାବ ରହିଛି ସମ୍ପର୍କ ଓ ହୃଦୟ ର 

ଅଭାବ ରହିଛି ଆନ୍ତରିକତା,ସ୍ନେହ ଓ ପ୍ରେମର

ଅଭାବ ପରିଲକ୍ଷିତ କବି,କଳାକାର,ଲେଖକ ର

ଅଭାବ ଏବେ ଭାତୃଭାବ, ପାରିବାରିକ ବନ୍ଧନ ରେ

ଉପର ଠାଉରିଆ ସମ୍ପର୍କ, ନିବିଡ଼ତାର ଅଭାବ।


ବିକାଶ ହାର ମାନୁଛି ପ୍ରକୃତି ଆଗରେ

ମହାମାରୀ,ଦୁର୍ଘଟଣା ଅକାଳ ବିନାଶ

ବନ୍ୟା ବାତ୍ୟା କାଳବୈଶାଖୀ ର ଭୟଙ୍କର ରୂପ

ଭୀତତ୍ରସ୍ତ ଅତ୍ୟାଧୁନିକ ସମାଜ

ଅଭାବ ରହିଛି,ପ୍ରକୃତିକୁ କରାୟତ କାମ!

ଅସମ୍ଭବ,ଉନ୍ନତି- କରାୟତ ନାମରେ ଧୃଷ୍ଟତା।


ଅଭାବ ରହିଛି ରହିବ

ଅଭାବ ସହିତ ଆଗକୁ ବଢ଼ିବାକୁ ହେବ

ଅଭାବ କ୍ଷେତ୍ରରେ ଉନ୍ନତି ଆଣିବାକୁ ହେବ

ଅଭାବକୁ ଅତି ନିକଟରୁ ଚିହ୍ନିବାକୁ ହେବ

ଅଭାବକୁ ଦୂର କରିହେବ

କିଛି ମାତ୍ରାରେ ସତ,ତଥାପି ରହିବ 

ଅଭାବକୁ ନେଇ ବଞ୍ଚିବାକୁ ହେବ

ଭାବ ଦୃଢ଼ ହେଲେ ଅଭାବ ବି ଯିବ।


Rate this content
Log in

Similar oriya poem from Abstract