STORYMIRROR

Bidyadhar Mantry

Abstract Inspirational Others

3  

Bidyadhar Mantry

Abstract Inspirational Others

ଭାବଗ୍ରାହୀ

ଭାବଗ୍ରାହୀ

1 min
190


ଭାବ କୁ ନିକଟ,ଭାବ ରେ ମିଳନ

ଭାବ ସହିତ ଭାବର ନିବିଡ଼ ସମ୍ପର୍କ

ଆତ୍ମାରେ ବିହ୍ଵଳିତ ଭାବ

ଭକ୍ତିରେ ନିଷ୍ଠା ସହ ହୃଦୟ ଜଡ଼ିତ

ଭକ୍ତର ଭାବରେ ବନ୍ଧା ଭଗବାନ

ଅନ୍ତରର ଭାବକୁ ଚିହ୍ନି

ସେଇ ଭାବ ଡୋରୀରେ ,ଭକ୍ତ ଓ ଭଗବାନ ।


ଅନ୍ତରରେ ଭାବ ଥିଲା, ରାଧାର

ହୃଦୟ ଖୋଲା ଭାବ

ସେଇ ଭାବରେ କାହ୍ମା ହେଲେ ବିହ୍ବଳ

ସେଇ ବିହ୍ୱଳ ଆବେଗ ର ପରିପ୍ରକାଶ

ବଇଁଶୀ ସ୍ଵରରେ , ରାସ ରସରେ

କେତେ ସେ ଭାବର ଗାମ୍ଭିର୍ଯ୍ୟ

ଯୁଗ ପରେ ଯୁଗ ରାଧାକୃଷ୍ଣ ନାମ

ଗୁଞ୍ଜରିତ ଜନ ମାନସରେ।


ମୀରା ର ଭାବ ଭକ୍ତି ଓ ନିଷ୍ଠା

ଦିନ ରାତି ଅହରହ କୃଷ୍ଣ ଭାବ ଓ ପ୍ରେମ

ସେଇ ଭାବରେ ନିବିଡ଼ ସମ୍ପର୍କ

ସେଇ ଭାବ ର ସ୍ରୋତରେ ବିଷ ଭାସିଗଲା

ବିଷ ପାନ ପରେ ବି ବଞ୍ଚିଲା ଜିବନ

ପୁଣି ସେଇ ଭାବ ର ଧାରା 

ବଜାୟ ରହିଲା, ସେ ପରା ଭାବରେ ଆଗ୍ରହୀ!!


ବନ୍ଧୁତ୍ୱ ର ଭାବ ସୁଦାମା ସହିତ

ଖୁଦ ଭଜା ମନ ଜିଣିନେଲା

ବନ୍ଧୁ ଭାବ ବଜାୟ ରହିଲା

ବନ୍ଧୁର ଦାରିଦ୍ର୍ୟ ଭାବରେ ବାନ୍ଧିଲେ ନିଜକୁ

କୃଷ୍ଣ ସୁଦାମା ର ଭାବ ଗାଉଛି ଏ ସୃଷ୍ଟି।


ଅର୍ଜୁନ ବିଷାଦ ଭାବରେ ଜଣାଇଲା ଭାବ

ବ୍ରହ୍ମଜ୍ଞାନ ର ଭାବ ହୋଇଲା ଉଦୟ

ବିଷାଦ ଖଣ୍ଡନ ସହ ବିଶ୍ଵରୂପ 

ବିଶ୍ଵରୂପ ଦର୍ଶନ ରେ ଦିବ୍ୟଜ୍ଞାନ

ଅନ୍ତରର ବିଷାଦ ଭାବରେ ବି ଭାବ ସୃଷ୍ଟି

ଭାବଗ୍ରାହୀ ଜାଣନ୍ତି ହୃଦୟରେ ଅଛି କେଉଁ ଭାବ!!


ଶବରୀ ଜାଣି ନ ଥିଲା ଭାବ କଣ

ଫଳ ଚାଖୁ ଥିଲା ଖଟା ଅବା ମିଠା

ସେଇ ଚାଖିବା ଭାବରେ ହୃଦୟର ଭାବ ବି ଜଡ଼ିତ

ଅଇଁଠା ନୁହେଁ,ସେ ହିଁ ଭାବ ର ନିଦର୍ଶନ

ଶବରୀ ଅଇଁଠା ଖିଆ,ଜାଣିଲେ ଜଗତ।


ଭାବ ହିଁ ଭଗବାନ ,ଭଗବାନ ହିଁ ଭାବ

ନୀଳାଚଳ ଧାମ ରେ ବି ଭାବ ର ପରୀକ୍ଷା

ସାମାନ୍ୟ ନଡ଼ିଆ ଆଉ ଅଛୁଆଁ ବାଉରୀ

ଭାବରେ ବାନ୍ଧିଲେ ସାଠିଏ - ପଉଟି - ଖିଆଙ୍କୁ

ଶୁନ୍ୟରେ ଉଡ଼ିଲା ନଡ଼ିଆ

ବଡ଼ଦାଣ୍ଡରେ ଦାସିଆ ନଡ଼ିଆ ର ଚର୍ଚ୍ଚା।


କାହିଁ କେତେ ଭାବର ପୁଜାରୀ

କେବଳ ଭାବ ର ରାସ୍ତାରେ ଚାଲିଲେ

ଲକ୍ଷ-ସ୍ଥଳୀ କୁ ପାଇଲେ ଭାବରେ

ଭାବରେ ନିଷ୍ଠା,ଭାବଗ୍ରାହୀ ସ୍ଵୟଂ ପରାକାଷ୍ଠା

ପ୍ରତି କଥା,କାମ ଓ ଭାବନା

ସମର୍ପଣ ଭାବରେ ବାନ୍ଧିଲେ

ଭାବ ବିନୋଦିଆ ସାଥିରେ,ସେ ପରା ଭାବଗ୍ରାହୀ



Rate this content
Log in

Similar oriya poem from Abstract