STORYMIRROR

Bidyadhar Mantry

Abstract Inspirational Others

3  

Bidyadhar Mantry

Abstract Inspirational Others

ଭଲପାଇବା କାରଣ

ଭଲପାଇବା କାରଣ

1 min
142


ତୁମେ କହିପାର,ଭଲ ପାଇବା ଏକ ପ୍ରବଞ୍ଚନା

ତୁମେ ଭାବିପାର, ଭଲ ପାଇବା ଉପର ବାହାନା

ଭଲ ପାଇବା,ଏକ ଛଳନା ଓ ପ୍ରତାରଣା ।


ମୋ ଭଲ ପାଇବା ପଛରେ

ଧ୍ୟାନ ମଗ୍ନ ହିମାଳୟ ପ୍ରାଚୀର ସଦୃଶ 

ଗଙ୍ଗା ଜଳର ସ୍ୱଚ୍ଛ ଓ ପବିତ୍ରତା

ପାରିଜାତ ଓ ରକ୍ତ ଗୋଲାପର

ଆକର୍ଷଣୀୟ ଓ ଲୋଭନୀୟ ସତ୍ତା

ଭଲ ପାଇବା,ମୋ ଭିତରେ ଏକ ତପ୍ତରତା।


ଯଦି,ଭଲପାଇବା

ଓଜନ ହୋଇ ହିସାବ ହୁଅନ୍ତା

ତୁମ ଓ ମୋ ହୃଦୟର ପରିମାଣ

ସତରେ, ନିକିତି ର ଉପର ଭାଗରେ ମୋ ସ୍ଥିତି।


ମୋ ଭଲପାଇବା ପଛରେ

ତୁମ ଅବାଞ୍ଛିତ ଇଂଗିତ ଇଶାରା

କଥା ପଦେ ପାଇଁ ବ୍ୟାକୁଳତା

ଅଭିମାନ ବେଳେ ଗମ୍ଭୀର ଓ ନିରବତା

ଠାକୁରଙ୍କ ପାଶେ ନିତି ସଞ୍ଜ-ଦୀପ ।


ତୁମେ ଯାହା ଭାବିପାର,କହିପାର

ହେଲେ,ମୋ ହୃଦୟ ତୁମ ଲାଗି

ଭଲପାଇବା ପଛର କାରଣ ।


Rate this content
Log in

Similar oriya poem from Abstract