ଚିରହରିତ ସହର
ଚିରହରିତ ସହର
ରାତି ବି ଥିଲା
ନିଦ ବି ଥିଲା
କାହାଣୀ ବି ବାଡ଼ବାଗ୍ନୀ ପରି ଲମ୍ବିଥିଲା
ବାଉନ ବଜାର ଛପନ ଗଳି ଡେଉଁ
ହାଏ ରେ ଯୌବନ
ଅଧ୍ୟାୟ ବି ଗୋଟେ
ମସ୍ତ ବ୍ୟସ୍ତ ଜବରଦସ୍ତ ଶସ୍ୟ ଶ୍ୟାମଳା ଭୂଇଁ ।
ପାଣି ବି ଥିଲା
ଘିଅ ବି ଥିଲା
ମଜାରେ ଖେଳରେ ଲକ୍ଷଣଗାର ଡେଉଁ
କାନ୍ଥ ବାଡ଼ ଫୁସୁରୁ ଫାସର
ହାଏ ରେ ଯୌବନ
ଅଧ୍ୟାୟ ବି ଗୋଟେ
ରଙ୍ଗୀନ ରୋମାଞ୍ଚରେ ଭରପୂର ପୁଷ୍ପବନ ।
ପ୍ରଭଞ୍ଜନ ବି ଥିଲେ
ପ୍ରଜାପତି ବି ଥିଲେ
ବଦନାମ ହେବାକୁ ମନରେ ହୁତୁହୁତୁ
କାମନା କାଞ୍ଚନର କୌତୁକ ମୁଣି
ହାଏରେ ଯୌବନ
ଅଧ୍ୟାୟ ଟା ଗୋଟେ
କାୟା ମାୟା ଛାୟା ବାୟା କୁହୁକ ସେଣି ।
ଫଗୁଣ ବି ଥିଲା
ଦର୍ପଣ ବି ଥିଲା
ଆଖି ଇଶାରାରେ ଅକ୍ଷୟ ତୃଣୀର
ସସ୍କୋହନୀ ବାଣ ପ୍ରହାର
ହାଏ ରେ ଯୌବନ
ଅଧ୍ୟାୟ ଟା ଗୋଟେ
ମୋନାଲିସା ହସରେ ଚିରହରିତ ସହର ।
ଆମ୍ବ ବଉଳ ବି ଅଛି
ଦୋଳ ମେଳଣ ବି ଅଛି
ଦୁର୍ବାସା ଗ୍ରୀଷ୍ମର ଉତ୍ତାପେ ସବୁ ପଳାୟନପନ୍ଥୀ
ଭାରାକ୍ରାନ୍ତ ବର୍ଣ୍ଣ ବିବର୍ଣ୍ଣ ଫାଲଗୁନ
ହାଏ ରେ ଯୌବନ
ଅଧ୍ୟାୟ ଟା ଆଜିବି ଦେଦୀପ୍ଯ
ଅତୃପ୍ତ ଆଶାର ଚରିତାର୍ଥ ପାଇଁ
ସତତ ଚେଷ୍ଟିତ ଲହୁ ଲୁହାଣ ।