STORYMIRROR

Panchanan Jena

Fantasy

4  

Panchanan Jena

Fantasy

ସବୁ ଗୋଳମାଳ

ସବୁ ଗୋଳମାଳ

1 min
14


ବୈଶାଖ ତତଲା ଝାଞ୍ଜି ଆସିଗଲେ

ସକାଳ ସ୍କୁଲ ବେଳ

ପୋଖରି ବୁଡ଼ା ମେଳ

ଶୁଶୁଣ୍ଡି ଶାଗ ଖରଡ଼ା

 ସହ ବେଲେ ପଖାଳ

ଆଉ ବୁଢୀମା' 

ଲୁଣ କାଠୁଆଟା ଠେଲି ଦେଉ ଦେଉ

ଗୁଳି ପରିକା ଗାଳି ବକୁଥିବ କରାଳ

ଖାତିର ନ ଥିବ ସେହି

ଦେହସୁହା ବାକ୍ୟବାଣ ଭିତରେ

ଲୁଚିଥିବା ସ୍ନେହ କଟାଳ

ଖୁବ୍ ମନେ ପଡ଼େ 

ସ୍କୁଲ ଦିନର ସେହି ଗୁଳୁଗୁଳି ଖରାବେଳ ।


ଆଉ ଆଜିର ସହରୀ ସଭ୍ୟତା

କୁକରରେ ସିଟି ମାରିଲେ 

ଭାତ ଅସମ୍ଭାଳ

ପ୍ୟାକେଟ ଚାଉଳ

କେଞ୍ଚଡ଼ା ନାଳୁଆ ପଖାଳ

 ବାସ ମାରୁଥିବ 

ଫେଣ ଭାସୁଥିବ

ନୁହଁ ଆମ୍ବିଳ

ଫାଳେ ଲେମ୍ବୁ ନ ଚିପୁଡିଲେ

କଣ୍ଠା ତଳକୁ ନ ଗଳେ ସହଳ ।


ଆଉ ଆଜି ଘରେ ବଜାରେ 

ପାଉଡର ଲୁଣ

ଟାଟା-ଦାଣ୍ଡି-ଅର୍ଣ୍ଣପୂର୍ଣ୍ଣା ଲବଣ

ପ୍ୟାକେଟ ଭର୍ତ୍ତି ଲୁଣ କଥା ଶୁଣ

ଆଃ--- ଥୁ -- ଥୁ ---ଦ୍ରବଣ

ଟେଳା ଟେଳା ପକେଇଲେ ବି

ଦୁଇ ଚାରି ଚାମୁଚ ଛିଞ୍ଛିଲେ ବି

ଭାଗ ମାପ ଠିକ୍ ଭାବରେ

ବୁଝିବା ଜଟିଳ ଜନ୍ତୁରାଣ ।


କାହିଁ ସେ କାଳ ମୋଟା ଲୁଣ

ମୁଢି ଭଜା ଡାମୁକା ରୁଆବାଲା ଲବଣ

ସମୁଦ୍ର ପାଣିରୁ ମରା ଖାଣ୍ଟି ଲୁଣ

ଚିମୁଟେ ପକେଇଲେ ସତ୍ୟାଗ୍ରହୀ ଲୁଣ

ପଖାଳ ପାଗେଇ ଯାଏ ଆପେ ଆପେ

ସୁଗନ୍ଧ ଆଘ୍ରାଣ କରି 

ନାକପୁଡ଼ା ବିଚରା ନାକେଦମ 

ଲାଳରେ ଆକ୍ତାମାକ୍ତା ମିଶ୍ରଣ ।


ଲୁଣ ଟିକା ମାରି ମାରି

ଦୁଇ ଚାରି ଗୁଣ୍ଡା ଗେମ୍ପି ଦିଏ ସଅଳ

ଲହ ଲହ ଜିହ୍ବା ଇଚ୍ଛା ଆଗରେ

ହୋଇଯାଏ ସବୁ ଗୋଳମାଳ ।


Rate this content
Log in

Similar oriya poem from Fantasy