STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଯେମିତି ଯାଦୁଗର

ଯେମିତି ଯାଦୁଗର

1 min
10

ଗଣତନ୍ତ୍ର ମାନେ କ'ଣ ?

 ଶହେ ଟଙ୍କିଆ

ଗାନ୍ଧି ମାର୍କା କର୍ କରିଆ

ହାତ ନ ଧରୁଣୁ

ପକେଟ ନ ପୁରୁଣୁ

ମୋଡି ମକଚି ନ ଯାଉଣୁ

ସହଳ ଖର୍ଚ୍ଚ ହେଇ ଯାଉଥିବା 

ଭୋଟର ମାନଙ୍କର ସ୍ୱପ୍ନ ପାଣିଚିଆ 


ନିର୍ବାଚନ ମାନେ କ'ଣ ?

ଶସ୍ତା ଭାଷଣବାଜିର ଇସ୍ତାହାର

ଚିହ୍ନ ପତାକା ପ୍ଲାକାର୍ଡ ଭରମାର

ହାଉଯାଉ ଗରିବ ଗୁରୁବା 

ଠେଲା ପେଲାରେ ଏକାକାର

ସ୍ୱପ୍ନଭଙ୍ଗ ଯୁବକ ଯୁବତି 

ପାଆଁଶ ଟଙ୍କିଆ ନୋଟ ପରି ଛାଡନ୍ତି ରଣହୁଙ୍କାର

ଅର୍ଥବଳ ବାହୁବଳ ତଳେ ଚାପି ଥିଲେ ବି

କରନ୍ତି ଜୟ ଜୟକାର ।


ଜନତା ଜନାର୍ଦ୍ଦନ

ସୁଅ ମୁଁହରେ ପତର ପରି ଅଗ୍ରସର

କତିପୟ ଧନାଢ୍ୟ ନେତା 

ଧଳା କୁର୍ତ୍ତାରେ ବହୁ ଆଡମ୍ବର

ଗର୍ଜନ ତର୍ଜନରେ ଧୂରୀଣ ଧୁରନ୍ଧର

ପାଦତଳୁ ମାଟି ଖସୁଥିଲେ ବି

ଅଚାନକ ରାସ୍ତା ସରୁଥିଲେ ବି

ଦମ୍ଭୋକ୍ତି ଆହୁରି ଜୋରସୋର୍ 


ପ୍ରଚାର ପ୍ରସାର କରନ୍ତି ଯେମିତି ଯାଦୁଗର 

ପାଞ୍ଚ ବର୍ଷରେ ସମସ୍ୟା ଶେଷ

 ପୁଡ଼ିଆ ଧରିଛନ୍ତି 

ସମାଧାନ ବାଣ୍ଡୁଛନ୍ତି

ହସ ହସ ନମସ୍ତେ ମୁଦ୍ରାରେ ମାନ୍ୟବର 


ବହିରେ ପଢିଥିବା

ଲୋକଙ୍କ ପାଇଁ

ଲୋକଙ୍କ ଦ୍ଵାରା

ଲୋକଙ୍କର ଗଣତନ୍ତ୍ର

ଲାଗେ ପ୍ରହସନ 

ମିଛ ଆଶ୍ଵାସନାରେ ଧୂଆଁବାଣ

ମିଡ଼ିଆ ହାତରେ ଖେଳଣା 

ନେତା ଜନତା ସରକାର ଗଠନ ପତନ ।


କେବଳ ସେତିକି ନୁହେଁ

ଆଖିରେ ସ୍ୱପ୍ନ ମାଡି ଆସୁଥିବା ବେଳେ

ନିଦ ଭାଙ୍ଗିଯାଏ

ନୂଆ ସକାଳ ଉଇଁବା ବେଳକୁ

ରାତି ଫେରାର୍ ହେଇଯାଏ

ଆଗାମୀ କାଲି ଆସିବ ବୋଲି ସଜବାଜ ହେବା ବେଳକୁ

ବୈଶାଖ ତାତି ଗୁଳୁ ଗୁଳିରେ ଭାଗ୍ୟରେଖା

ଜଳି ସିଝିଯାଏ 

ଦେଶର ଲକ୍ଷ ଲକ୍ଷ ନାଗରିକମାନଙ୍କର

ଆଗାମୀ ଭବିଷ୍ୟତ ଅନ୍ଧାର ତଳେ

ମିଳେଇ ଯାଏ


ବୋଧହୁଏ ସେଇଥି ପାଇଁ 

ନିର୍ବାଚନ ଋତୁ ଏପ୍ରିଲ- ମଇ ମାସରେ ବହେ

ଅଶ୍ରୁଜଳ କୁହ ବା ଶ୍ଵେଦଜଳ 

ଲୋକତନ୍ତ୍ର କୁହ ବା ଲୋକବଳ

ସବୁ ହୁତାଶନର ପାରଦ ତଳେ ଗରଳ କହେ ।


Rate this content
Log in

Similar oriya poem from Tragedy