Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Fantasy

4  

Panchanan Jena

Fantasy

ବାକିସବୁ ଅଢେଇ ଦିନିଆ

ବାକିସବୁ ଅଢେଇ ଦିନିଆ

1 min
5



କର୍ଷଣ ବିନା ଜମିବାଡି ପଡିଆ

କଷଣ ବିନା ପୁଅଝିଅ କୋଢିଆ

ସଂଘର୍ଷ ବିନା ସୂର୍ଣ୍ଣିମ ଇତିହାସ 

ସଂଘାତ ବିନା କାଳଜୟୀ ଉପନ୍ୟାସ

ସବୁ କ୍ଷଣିକ ଅଳିକ ଅଳପ ଦିନିଆ ।


ବର୍ଷଣ ବିନା ସୁଜଳା ସୁଫଳା କ୍ଷେତ

କାରଣ ବିନା କଳି କଜିଆ ଯୁଦ୍ଧ ଅନ୍ତ

କରୁଣା ବିନା ସ୍ନେହ ପ୍ରେମ ଶ୍ରଦ୍ଧା ବେକାର

ବାରଣ ବିନା ସାଇତା ଅନୁଚିନ୍ତା ଫେରାର

ସବୁ କିଛି ଲାଗୁଛି ସ୍ଵଳ୍ପ ମିଆଦିଆ ।


ଭାଷଣ ବିନା ଅନୁଚିନ୍ତା ଅବ୍ଯକ୍ତ

ରାଷଣ ବିନା ତଣ୍ଡୁଳ ଭୋଜ୍ଯ ଅରନ୍ଧ୍ୟ

ଭଜନ ବିନା ଭକ୍ତିରସ ଅକଥ୍ୟ

ଭୋଜନ ବିନା ଶକ୍ତିରଥ ଅଗମ୍ୟ

ସବୁ କିଛି ହେବ ନିତି ଦିଆନିଆ ।


କଳ୍ପନା ବିନା ଜୀବନ ଗତିମୟ

ଜଳ୍ପନା ବିନା ସମୟ ସ୍ବପ୍ନମୟ

ତ୍ୟାଗ ବିନା ବନ୍ଧୁତ୍ୟ ଔଜ୍ଜଲ୍ୟମୟ

ସହ୍ୟ ବିନା ପରିବାର ଅମୃତମୟ

ବାକି ସବୁ ଲାଗୁଛି ଅଢେଇ ଦିନିଆ ।


Rate this content
Log in

Similar oriya poem from Fantasy