STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଆଜି ବି ବଞ୍ଚିଛି

ଆଜି ବି ବଞ୍ଚିଛି

1 min
17


ଆଜି ବି ବଞ୍ଜିଛି ସେହି ସ୍ଵର୍ଣ୍ଣିମ ଅତୀତ

ସ୍ମୃତି ଆଇନାର ଛାଇରେ

ପ୍ରୀତି ସିଲଟର ସ୍ୟାହିରେ


ଖାଲି ଅଲଗା ଠିକଣା ବର୍ଣ୍ଣନାତୀତ

ଅନ୍ୟ ଗ୍ରହର ବଳୟରେ

ଭିନ୍ନ ଦ୍ଵୀପର ପଞ୍ଜୁରୀରେ


ସଭା ସମିତିରେ ଚାରି ଚକ୍ଷୁରେ କଥିତ

ଭିଡ଼ ଭିତରେ ଅଚିହ୍ନା

ଲୋକ ଗହଳିରେ ଦୋଚିହ୍ନା


ଯାତ୍ରା ଅପେରା ପାର୍ବଣରେ ଦର୍ଶିତ

ପଛକୁ ମୋଡ଼ି ଖୋଜିବା

ପଡିଗଲା କହି ନିହାରିବା


ପ୍ରେମ ବୋଧେ ତ୍ୟାଗରେ ଖୋଦିତ

ମନ ମଗଜରେ ବର୍ଣ୍ଣିଳ

ହୃଦ ଆତ୍ମାରେ ଫେନିଳ


କଳ୍ପନା ବିଳାସରେ ହିଁ ଶାନ୍ତି ଲିଖିତ

ତା' ଦୁନିଆରେ ସେ ବ୍ୟସ୍ତ

ମୋ ସାମ୍ରାଜ୍ୟରେ ମୁଁ ଅଭ୍ୟସ୍ତ


କେବଳ ନିରୋଳା ନିଃସଙ୍ଗ କ୍ଷଣ ଚିନ୍ତିତ

ଭାଗ୍ୟବାନ ରହିଲି ମୁଁ ଜାଜାବର

ଠାକୁରେ କରନ୍ତୁ ତାକୁ ନିରୋଗ ଘର


ବିରହ ପ୍ରେମ ପ୍ରଣୟରେ ଶାଶ୍ଵତ

ଝୁରି ଝୁରି ରହିବା ବଞ୍ଚିବା

ଭାବି ଭାବି ହସିବା ପୁଣି ଭାବିବା 

ଭାବନା ବିଳାସୀ ହେବା ଶ୍ରେୟସ୍କର ।


Rate this content
Log in

Similar oriya poem from Tragedy