STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଭାଇଚାରା ସଞ୍ଚରୁ

ଭାଇଚାରା ସଞ୍ଚରୁ

1 min
7


ସିମୀତ ଶବ୍ଦ ହେଉ

ଅସିମୀତ ଅର୍ଥ ଦେଉ

ଆଦିଗନ୍ତ ବ୍ୟାପ୍ତ ହେଉ

ଆଉ ବାର୍ତ୍ତାଳାପ ହେଉ ହେଉ

ମୁନିଆଁ ଶବ୍ଦ-କଣ୍ଟା -ଝଟାରେ

ଲହୁ ଲୁହ ନ ବହୁ ।


ନିରବଛିନ୍ନ ସ୍ନେହ ରହୁ

ନିରନ୍ତର ପ୍ରେମ ବହୁ

ଝରଣାର ସୁଶୀତଳ ଝର ପରି 

ଅନନ୍ତ କାଳ ପର୍ଯ୍ୟନ୍ତ ଶ୍ରଦ୍ଧା ରହୁ

ଆଉ ସ୍ନେହ ଶ୍ରଦ୍ଧା ପ୍ରେମ ବାଣ୍ଡୁ ବାଣ୍ଡୁ

ମନ ପ୍ରାଣରେ କରୁଣା ଶ୍ରାବଣ ବର୍ଷୁ

ରକ୍ତ ରଞ୍ଜିତ ନ ହେଉ ।


ତ୍ୟାଗ ରେ ଭାଗ୍ୟୋଦୟ ଦେଉ

ସେବା ରେ ସୂର୍ଯ୍ୟୋଦୟ ହେଉ

ମୌନ ରେ ଜ୍ଞାନୋଦୟ ହେଇ

ଆଉ ଏହି ସବୁ ସୁଗୁଣ ସୁବାସ ବିତରୁ ବିତରୁ

ଭାଇଚାରା ଭାଗିଦାରୀ ସହୋଦରୀ ଭିତରୁ ଭିତରୁ

ଜନ ମନ ପ୍ରାଣରେ ସଞ୍ଚରୁ ପ୍ରସରୁ 

ଶତ୍ରୁ ସ୍ଵାର୍ଥ ନ ରହୁ ।


Rate this content
Log in

Similar oriya poem from Fantasy