Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Fantasy Children

3  

Bharatabandhu Biswal

Romance Fantasy Children

ବୋହୁବୋହୁକା

ବୋହୁବୋହୁକା

1 min
150



ପିଲାଦିନର ଅଭୁଲା କଥା ବୋହୁବୋହୁକା ଖେଳ 

ମିଛିମିଛିକା ଘରକରଣା କଣ୍ଢେଇ ବାହାଘର ।

କାଞ୍ଚିଖୁରୀରେ ଭାତ ଓ ଡାଲି ନଅ ତିଅଣ ଭଜା

ଖାଇଛି ଯିଏ ଜୀବନେ ଥରେ ଭୁଲେନି କେବେ ମଜା ।

କାମରୁ ଆସି ତେଲକୁ ଘଷି ଗାଧୋଇ ଯାନ୍ତି ବାପା

ମାଆ କରନ୍ତି ଘରର କାମ ପରିବା କଟା ରନ୍ଧା ।

କାନ୍ଦିଲେ ଛୁଆ କାଖାଏ ମାଆ କରିଦିଅଇ ଗେଲ

କହଇ ଝିଅ ମୋ ସୁନା ପୁଅ ସଅଳ ଯାଆ ସ୍କୁଲ ।

ପିନ୍ଧାଇ ଦିଏ ଜାମା ପୋଷାକ ଗୋଡରେ ଜୋତା ମୋଜା

ସରାଗେ କୁହେ ସୁନା ମୋ ଧନ ଚଢିବ କଳା ଘୋଡା ।

କଳସୀ କାଖେ ଆଣଇ ପାଣି ଘର ପାରିଲା ଝିଅ

ଅଗଣା ଘର ରଖଇ ସଫା ପରଶି ଦିଏ ଅନ୍ନ ।

ବାଜେ ତେଲିଙ୍ଗି ଢୋଲ ମହୁରୀ ହୁଅଇ ଭୋଜିଭାତ

କଣ୍ଢେଇ ପୁଅ ହୁଅଇ ବାହା ଚାଲଇ ନାଚଗୀତ ।

କଣ୍ଢେଇ ଝିଅ ମାଆ ଓ ବାପା କାନ୍ଦନ୍ତି ସୁ°ଉ ସୁ°ଉ

ଦାନ ଯୈ।ତୁକ କନ୍ୟାକୁ ନେଇ ମଟର ଚାଲେ ଘୁ°ଉ ।

ଘର ସ°ସାରେ ଦେଖନ୍ତି ଯାହା ବାଳୁତ ଛୋଟ ପିଲା

କଣ୍ଢେଇ ଖେଳ ଅଭିନୟରେ କରନ୍ତି ଲୀଳାଖେଳା ।

ଖେଳ ଖେଳରେ ହୁଅଇ ଶିକ୍ଷା କଟଇ ବାଲ୍ୟକାଳ

ହୋଇଲେ ଶୁଭ ପରିଣୟଟି ହସଇ ପରିବାର ।

      



Rate this content
Log in

Similar oriya poem from Romance