STORYMIRROR

Mr.GAGAN BIHARI NAYAK

Romance Classics Fantasy

3  

Mr.GAGAN BIHARI NAYAK

Romance Classics Fantasy

ଆଶା ବାଲିଘର

ଆଶା ବାଲିଘର

1 min
123


ସାଗର କୂଳେ ବାଲିଘର ତୋଳି। 

ରହିଛି ପ୍ରିୟାକୁ ଚାହିଁ ।

ଅଦିନ ଢେଉଟା ଆଶା ବାଲିଘର ।

ନିମିଷକେ ଦେଲା ଧୋଇ।


ସ୍ବପ୍ନିଳ ସାଗର ଲୋଟୁଥିଲା ଦିନେ ।

ନିରାଶା ମନକୁ ନେଇ।

ବେଳାଭୂଇଁ ପରେ ମଥା ପିଟୁ ଥିଲା

ସାଗରିକା ପ୍ରେମ ପାଇଁ ।

ଆକାଶୀ ଜହ୍ନଟା ଉଙ୍କି ମାରୁ ଥିଲା ।

ଦୂର ଆକାଶରେ ଥାଇ ।


ସାଗର କୂଳେ ସେ' ଦେଖା ହେଇଥିଲା ।

ଓଠେ ଥିଲା ଚିପା ଲାଜ ।

ଲାଲିମା କିରଣେ ଗୋଧୂଳି ବେଳାରେ। 

ନଇଁ ଆସୁଥିଲା ସଂଜ ।

ଚିହ୍ନିବା ଆଗରୁ ଚାଲିଗଲା କାହିଁ। 

ଖୋଜୁଛି ପାଗଳ ହୋଇ ।


ହଜେଇ ନିଜକୁ ଖୋଜୁଛି ନିତି ମୁଁ।

ଭିଜୁଛି ଆଖିର ଲୁହେ ।

ସଳିତାର ସମ ଜଳୁଛି ଜୀବନ ।

ବିରହ କେତେଯେ ସହେ।

ଜୁଆର ଭଟ୍ଟାର ଜୀବନ ଗଣୁଛି ।

 ସମୟଟା ଆସେ ସରି ।



Rate this content
Log in

Similar oriya poem from Romance