ହେ ନେତା ତୁମେ କଣ ପୁଂଜିପତିର?
ହେ ନେତା ତୁମେ କଣ ପୁଂଜିପତିର?
କି ଗୁଣ ଗାଇବି କଅଣ କହି ବନ୍ଦିବି
କେମିତି ପୂଜିବି କୁହ ତୁମକୁ ?
ଦେଖିଲେ ତ ମୁହଁ, ବଢ଼େ ଆମର ଦୁଃଖ
ବୁଦ୍ଧି ଦିଶେ ନାହିଁ ଆମକୁ ।
ଡାକ ଦେଲ ଝାସ ଦେବାକୁ ଆଗ୍ନେୟ
ଗିରିର ଜ୍ୱଳନ୍ତ ବହ୍ନିରେ।
ପ୍ରାଣକୁ ଭସାଇ ନେଲ କିଛି କଣ ଅବୁଝା
ଅଛିଣ୍ଡା ସାୟରୀରେ ।
ତୁମର ସେଇ ପ୍ରୀତିଭରା ଡାକ ଏଥର
ଆଛା ଦିନ ଆସିବରେ
ମିଛ ପ୍ରତିଶ୍ରୁତିକୁ ବିଶ୍ୱାସ କରି ନିଜକୁ ସମର୍ପି
ଦେଲୁ ତୁମ ଆୟତ ବକ୍ଷରେ ।
କପଟାଚରଣେ ବିଶ୍ୱାସର ପାଠ ଆମକୁ
କେତେ କଅଣ ପଢ଼ାଇଲୁ
ସେହି ବିଶ୍ୱାସରେ ଆମେ ଭାସି ଯାଇ ତୁମ
ହାତକୁ ଭୋଟ ସବୁ ବଢ଼ାଇ ଦେଲୁ ।
କିଏ ଜାଣିଥିଲା ତୁମେ ଚନ୍ଦ୍ର ଏକା ସେହି
ପୁଂଜିବାଦରୂପୀ ମେଘମାଳାର ?
ହଁ ନିଶ୍ଚୟ। ନିଶ୍ଚୟ, କାହିଁକି ନା ସେମାନେ
ଆଜି ହୁଅନ୍ତି ତୁମର ତ ଆଶ୍ରୟ ଘର ।
ଭୋଟ ଦିନ ବଡ କଣ୍ଠରେ କହୁଥିଲ ଅନେକ
କଥା, ଆକର୍ଷିବାକୁ ଆମକୁ ବାରମ୍ବାର
ଆଉ ଏଇ ସାମ୍ପ୍ରଦାୟିକ ଶକ୍ତି ଓ ଯେତେ ସବୁ
ମତାନ୍ଧ ମାନେ ଥିଲେ ଅନ୍ତରଙ୍ଗ ତୁମର ।
ପଶୁ ଯେତେ ଅଛନ୍ତି, ବୁଝନ୍ତି ବିଶ୍ୱାସର ମୂଲ୍ୟ
ହୋଇ ବି ବିବେକହୀନ,
ମଣିଷ ହୋଇକି କିପରି ହୁଅ ବିଶ୍ୱାସଘାତକ
ଏକ ପଶୁ ଠାରୁ ତୁମେ ହୀନ ।
ମିଛ କହି, ଛଳ କପଟ କରି ତୁ ଯାହା ସବୁ
କଷ୍ଟ ସବୁ ଦେଲୁ
ସମାଜ ଦେଖୁଛି, ଦିନେ ନା ଦିନେ ହେବ
ପତନ ଯେତେ ଉଚ୍ଛୁଳୁଛୁ ଉଚ୍ଛୁଳୁ ।
