Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Fantasy

4  

Panchanan Jena

Fantasy

ଭିନ୍ନ ଦିଗନ୍ତ

ଭିନ୍ନ ଦିଗନ୍ତ

1 min
5



ଚୁନା ଚୁନା ଭାବନା ସବୁ

ଭଲ ଭଲ ବର୍ଣ୍ଣନା ସବୁ

ବଛା ବଛା ଶବ୍ଦାର୍ଥ ସବୁ

ଭାରି ଥିରି ମୋହନୀ 

ପୁରା ଚୁପ୍ ଶଇତାନୀ ।


ମିଳି ମିଶି ମଗଜରେ

ନିଜ ଇଛାରେ

 ପଶନ୍ତି ଅସ୍ତବ୍ୟସ୍ତ

ଚିନ୍ତା ଚେତନାକୁ

ନିଜ ମର୍ଜିରେ

କୁତୁ କୁତୁ କରନ୍ତି ବ୍ୟତିବ୍ୟସ୍ତ

ଆଶ୍ଚର୍ଯ୍ୟ ଲାଗେ ମୋତେ

ସେତେବେଳେ ମୁଁ ଥାଏ କାର୍ଯ୍ୟବ୍ୟସ୍ତ

ସମୟ ନ ଥାଏ

କାଗଜ ନ ଥାଏ

କଲମ ବି ନ ଥାଏ

ସଜେଇବାକୁ ଶବ୍ଦ ସମ୍ଭାର

ଗାରେଇବାକୁ ସୃଜନ ଶୃଙ୍ଗାର 

ସ୍ଥାନ କାଳ ପାତ୍ର ତନ୍ତ୍ରରେ ମତିବ୍ୟସ୍ତ ।


ମାତ୍ର ବିଡମ୍ବନା ଏତିକି

ମାତ୍ର ବ୍ୟତିକ୍ରମ ଏତିକି ।


ନିରୋଳା ମୂହୁର୍ତ୍ତରେ 

ପ୍ରକୃତି କୋଳରେ

ଏକାନ୍ତ ବାସରେ ଥିବାବେଳେ

ଭାବନା ତରଙ୍ଗ

ବର୍ଣ୍ଣନାର ସାତରଙ୍ଗ

ଶବ୍ଦ ଛନ୍ଦର ଉମଙ୍ଗ

କୁଆଡ଼େ ଦିଶନ୍ତିନି 

ଲୁଚି ପଡ଼ନ୍ତି

ଚିନ୍ତା ଚେତନାରେ ପଡନ୍ତିନି ।


ମନରେ ସ୍ଵତ8 କଥା ଭଠେ

କାଳବୈଶାଖି ଧୂମ୍ରକୁର୍ଣ୍ଣଳୀ

 ଖଣ୍ଡିଆ ଭୂତ ପରି ଘୁରିଭଠେ ।


ଭାବନା ଗୁନ୍ଥିବା

ଶବ୍ଦ ବ୍ୟୁତ୍ପତ୍ତି ବିଶ୍ଳେଷଣ କରିବା 

ଗୋଟେ ଅଭିନ୍ନ କଥା ।


ପରିସ୍ଥିତି ବର୍ଣ୍ଣନା କରିବା

ଶବ୍ଦର କାନ ଧରିବା

 ଆଉ ଗୋଟେ ଅଛିନ୍ନ କଥା ।


ନୂଆ ଶବ୍ଦ ସଂଯୋଜନା କରିବା

ଶବ୍ଦ କାରିଗର ହେବା ପୁରା ଭିନ୍ନ ବ୍ୟଥା

ଠିକ୍ ତୁମ ଚୁପ୍ ସଇତାନି ପ୍ରେମ ପରି

ଠିକ୍ ତୁମ ଥିର ମୋହିନୀ ପ୍ରେମ ପରି

ପୂରା ଭିନ୍ନ ଦିଗନ୍ତ ।


Rate this content
Log in

Similar oriya poem from Fantasy