Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Classics Inspirational

4  

Bharatabandhu Biswal

Romance Classics Inspirational

ଫଗୁଣ ଛୁଇଁଲା ପରେ

ଫଗୁଣ ଛୁଇଁଲା ପରେ

1 min
378



ଲାଗେ ସୁଶୀତଳ ଜହ୍ନର ଜୋଛନା

ଫଗୁଣ ଛୁଇଁଲା ପରେ

ହଳଦୀ ଅଗରୁ ଚନ୍ଦନ ଚର୍ଚ୍ଚିତ

ମନରେ ମହକ ଭରେ ।

ବିକଶେ କମଳ ଶାନ୍ତି ଶତଦଳ

ପୀରତି ପ୍ରେମ ମଧୁର

ନିିର୍ଝରେ ସେନେହ ସୋହାଗ ମମତା

ଅମୃତ କଳସ ଧାର ।

ରଙ୍ଗ ରୂପ ରସେ ଉଲ୍ଲାସ ଆନନ୍ଦେ

ଦିିଶେ ମୁଖ ସମୁଜ୍ଜ୍ୱଳ 

ଆମ୍ର ତରୁ କୁଞ୍ଜ ଗହଳ ଶାଖାରେ

ଉତ୍କଣ୍ଠ ସ୍ବନ କୋକିଳ ।

ଚହଟେ ବଉଳ ମାଧବୀ ମଲ୍ଲୀକା

କେତକୀ ଚାରୁ ଚନ୍ଦ୍ରିକା

ସାଥୀ ବିନା ଏକା ଲାଗେ ନାହିଁ ଭଲ

ମନ ହୁଏ ଫିକାଫିକା ।

ଦେଖି କଳାମେଘ ରସ ରାସେଶ୍ୱର 

ପ୍ରେମମୂର୍ତ୍ତି ରାଧାକୃଷ୍ଣ 

ମନର ମୟୂରୀ ଦିବ୍ଯ ପ୍ରେମାନନ୍ଦେ

ନୃତ୍ଯଛନ୍ଦେ ଛମଛମ।

ଛୁଇଁଲେ ଫଗୁଣ ବିଜେ ବିମାନରେ

ମଦନମୋହନ କୃଷ୍ଣ 

ବୋଳି ମୁହେଁ ରଙ୍ଗ ନାମ ସଙ୍କୀର୍ତ୍ତନେ

ବିଭୋର ପ୍ରାଣ ଉଚ୍ଛନ୍ନ ।

  


Rate this content
Log in

Similar oriya poem from Romance