Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Romance

4  

Mamatamanjari Das

Romance

ବେଳାଭୂମି

ବେଳାଭୂମି

1 min
311


ସ୍ମୃତି ବେଳାଭୂମି ପଡିଛି ଉଜାଣି

ଆଜି ଗୋ ମୋପାଇଁ ପ୍ରିୟା

ମନେପଡେ ଯେବେ ସେହି ଅନୁଭୂତି

ଏବେବି ଲାଗେ ମୋତେ ନୂଆ ।


ବାଲୁକା ଉପରେ ବସିଥିଲେ ଆମେ

ଦୁଇଜଣ ପାଖାପାଖି

ସମୁଦ୍ର ତରଙ୍ଗ ଛୁଉଁଥିଲା ଆମକୁ

ମିଶି ଯାଉଥିଲା ଆମ ଆଖି ।


ତୁମ ଓଠେ ଥିଲା ସପନ ଚୁମ୍ବନ

ବେଳା ଦେଖୁଥିଲା ମଜା

ମୁଁ ଦେଖୁଥିଲି ଶୁଭ୍ର ତରଙ୍ଗରେ

ତୁମ ଦେହ ଭିଜା ଭିଜା l


ମୋମନ ରାଇଜର ନୀଳପରୀ ତୁମେ

ମିଳନ ପିଆସୀ ପ୍ରିୟା

ପ୍ରେମ ପୃଥିବୀର ପ୍ରୀତି ଫୁଲ ତୁମେ

ରୂପା ଝରା ତୁମ କାୟା l


ବହୁ ପ୍ରତୀକ୍ଷିତ ପିପାସିତ ଓଠେ

ତୁମେ ମୋ ଉଷ୍ଣ ଚୁମ୍ବନ

ପ୍ରେମର ଯଜ୍ଞରେ ପ୍ରଣୟ ଆହୁତି

ମିଳନର ମନ୍ତ୍ର ଗାନ l


ପ୍ରଥମ ବର୍ଷାର ଛାତିପରେ ତୁମେ

ଭୁରୁ ଭୁରୁ ମିଠା ବାସ୍ନା

ନବ ବିବାହିତା ବଧୂ ନୟନରେ

ରତୀ ମନ୍ମଥର ତୃଷ୍ଣା l


ମାଘ ପଉଷର ଶୀତୁଆ ରାତିରେ

ତୁମେ ଯେ ଦେହର ତାତି

ଅଳସୀ ପ୍ରିୟାର ଆଲିଙ୍ଗନ ତୁମେ 

ମିଳନ ପରର ତୃପ୍ତି l


ତୁମ ଆଶ୍ଳେଷରେ ଯେବେବି ବିତିଛି

ଏ ବେଳାଭୂମି ରେ ରାତି

ମରୁଭୂମିପରେ ଆସିଛି ବନ୍ୟା ଗୋ

ଦୁଃଖର ହୋଇଛି ଇତି l


ସେହି ସ୍ମୃତି କେବେ ଭୁଲି ମୁଁ ପାରିନି

ରହିଛି ଅଲିଭା କାଳିରେ ଲେଖା

ତୁମେ ଗଲାପରେ ସେହି ସ୍ମୃତି ଆଜି

ମୋ ମନର ଅଭିଲେଖା ।

            


Rate this content
Log in

Similar oriya poem from Romance