Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Classics Inspirational

4  

Bharatabandhu Biswal

Romance Classics Inspirational

ଫଗୁ ଖେଳେ ଗୋପୀନାଥ

ଫଗୁ ଖେଳେ ଗୋପୀନାଥ

1 min
390



ବିଜେ ଗୋପୀନାଥ  ଲତା କେଳିକୁଞ୍ଜେ

      ପ୍ରବହେ ମଳୟାନିଳ

ସୁସ୍ବରେ ମଧୁରେ   ଗୁଞ୍ଜେ ବେଣୁସ୍ବନ 

     କୂଜନ କରେ କୋକିଳ 

      ଉଲ୍ଲସିତ ଗୋପାଙ୍ଗନା

କୃଷ୍ଣ ଅଭିସାର     ହେବ ପୂର୍ଣ୍ଣକାମ 

      ମନ ହୁଏ ଆନମନା ।

ଚରଣ ନୂପୁର     କଙ୍କଣ ରୁଚିର

     ବାଜି ଉଠେ ରୁଣୁଝୁଣ

କୁଙ୍କୁମ ଚର୍ଚ୍ଚିତ    ଗୌର ବର୍ଣ୍ଣ କାନ୍ତି

      ନିମଜ୍ଜିତ ତନୁମନ

     ମାଧବ ସନ୍ନିଧି ଲାଭେ

ସହାସ୍ଯ ବଦନେ   ସୁଗନ୍ଧ କୁସୁମେ

   ସ୍ବାଗତେ ଗୋପୀ କେଶବେ ।

ମାତି ରସରାସେ    ବୋଳନ୍ତି ଅବିର

     ପ୍ରେମାନନ୍ଦେ ଗଦଗଦ

ଲାବଣ୍ୟ କଟାକ୍ଷେ   ଚାହିଁ ଶ୍ରୀକୃଷ୍ଣଙ୍କୁ

      ଇଚ୍ଛନ୍ତି ହରି ସୁସଙ୍ଗ

      ମାରି ରଙ୍ଗ ପିଚକାରୀ

ସାନନ୍ଦେ ସଲଜ୍ଜେ   ମାତନ୍ତି ପ୍ରମୋଦେ

      ଅନୁରାଗେ ଅଟକାଳି ।

ଦର ଦର ହାସେ    ମଦନ ମୋହନ

    ଫଗୁ ଖେଳେ ଗୋପୀନାଥ 

ଚାରୁ ଚନ୍ଦ୍ର ମୁଖ    ଦରଶନ ମାତ୍ରେ

      ଗୋପବାଳା ପୁଲକିତ 

      ହରି ସୁଧା ରସ ପାନେ

ତନ୍ମୟ ସୁଜନେ   ପ୍ରାଣ ମୋ ବିଭୋର

     ତୃଷିତ ଚାତକ ଯେହ୍ନେ ।

          



Rate this content
Log in

Similar oriya poem from Romance