Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Fantasy Inspirational

4  

Bharatabandhu Biswal

Tragedy Fantasy Inspirational

ନଦୀକୂଳ

ନଦୀକୂଳ

1 min
5



ବହୁନି ଯମୁନା ଜୀବନ ତଟିନୀ

ଶୁଭୁନାହିଁ ବଂଶୀସ୍ଵନ 

ଝୁରୁଛି ତଟରେ ପାଦପ କଦମ୍ବ 

ନିଷ୍ପାଣ ଜଗଜ୍ଜୀବନ ।

ବହୁନି ସଧୀରେ ମଳୟ ଅନିଳ

କୁଞ୍ଜବନ ଶୋଭାହୀନ

ନଦୀ ସରୋବର କୂଳ ରସହୀନ

ଦହି ହୁଏ ରାଈ ମନ ।

ନବୀନ ବକୁଳ ଚୂତର ମୁକୁଳ

ସୁମନେ ଛୁଟେନି ବାସ

ନୀଳକଣ୍ଠୀ ମନ ମୟୂରୀ ନାଚେନି

ଫୁଟେନାହିଁ ମୁଖେ ହସ ।

ଚିତ୍ତେ ଭୟ ଭ୍ରମ ହୁଏନି ପ୍ରମତ୍ତ 

ଶୁଷ୍କ ଅମୃତ ନିର୍ଝର 

ଅନୁରାଗ ହୀନ ପ୍ରେମ ସମର୍ପଣ

ମମତା ସ୍ନେହ ଜର୍ଜର ।

ନିଶି ଦିବା କ୍ଷଣ ଝୁରି ହୁଏ ମନ

ଉତ୍ସୁକେ ହରି ଆଶ୍ରୟ

ଭବ ଏ ସାଗର ଲାଗଇ ଅସାର

କୃଷ୍ଣ ପଦେ ରହୁ ଲୟ ।

  



Rate this content
Log in

Similar oriya poem from Tragedy