STORYMIRROR

SUKANTA KHANDA

Tragedy Others

3  

SUKANTA KHANDA

Tragedy Others

ଅନୁତାପ

ଅନୁତାପ

1 min
188


ଦେଖ !

ଧର୍ମ କରୁଛି ନିତି।


ମୋତେ ସ୍ବର୍ଗରେ ସ୍ଥାନ ମିଳିବା ପକ୍କା

ମୋର ପରି କିଏ ହେବ,କୁହ?

ଅଭୁକ୍ତକୁ ଖାଦ୍ଯ,ତୁଷାର୍ତ୍ତକୁ ଜଳ,ଅଣ୍ଟାକୁ ବସ୍ତ୍ର ଆଉ ରହିବାକୁ ଚାଳ

ନିତିଦିନ ସୋସିଆଲ ମିଡି଼ଆରେ ଚର୍ଚ୍ଚା

କମେଣ୍ଟ ଓ ଲାଇକ୍ ମେଞ୍ଚାମେଞ୍ଚା।


ମୋତେ ଅବଶ୍ଯ ବାନ୍ଧି ପାରିବେନି ଯମଦୂତ

ଈଶ୍ବରଙ୍କ ସଙ୍ଗେ ଘର କରିବା ହୋଇ ସାରିଛି

ଖେଳିବାକୁ ସୁନାମାଛ ଆଉ ହୀରାର ବେଙ୍ଗୁଲୀ ପରି।


ଦେଖୁନ !

ଗଛ ଲଗେଇଛି ଅସରନ୍ତି

ଛାଇ,ଅମ୍ଳଜାନ,ଫୁଲ,ଫଳ ଆଉ ଜାଳେଣି ପାଇଁ

ଘଞ୍ଚ ଜଙ୍ଗଲ ଭରପୂର

ପରିବେଶ ସ୍ବଚ୍ଛ ଓ ନିର୍ମଳ।


ଆତ୍ମ ଗର୍ବରେ ଫାଟି ପଡୁଥିଲି

ଦାଣ୍ଡରେ,ହାଟରେ ଓ ସଭାରେ

ଦେଖେଇ ଦେଖେଇ କହୁଥିଲି 

କେତେ ଶୁଣୁଥିଲେ କେତେ ହସୁଥିଲେ ମୋର ଏ ପ୍ରବଚନକୁ।


ହତାତ ଜଣେ ଧଷେଇ ପଶିଲା

କହିଲା ବନ୍ଦକର ତୁମର ଏ ଶଙ୍ଖଧ୍ବନୀ

ଯାହା ଡିଣ୍ଡିମ ପିଟୁଛ 

ବ୍ରହ୍ମଜ୍ଞାନ ଏ ସଭା ମଧ୍ଯରେ।


ଦେଖ ! 

ରାଜନେତା ଆମେ କରେଇଛୁ

ଆମର ଧନରେ ତୁମେ ବଳିୟାର

ଯାହା ଦେଉଛ ସବୁ ଆମର ହିଁ ଧନ

ଥରେ ରାଜଗାଦିରୁ ଓହ୍ଲାଅ 

ଭେକ ମିଳିବ ତ..

ନା କୁକୁର ବୋଲି କିଏ ପଚାରିବ?


ନିଜକୁ ହେଜିଲି

ସତ୍ଯତା ପାଖରେ ନୀରବ

ମୋର ଯଦିଓ ରାଗ ପଞ୍ଚମ ହେଉଥିଲା

ଏ ପାଗଳିଟା ପାଖରେ ଯୁକ୍ତିଟା ଅଶୋଭନୀୟ।


ସତରେ !

ମୁଁ ଲୋକ ପ୍ରତିନିଧି

ସଭିଙ୍କ ଧନକୁ ଏକାଠି କରି

ସେମାନଙ୍କୁ ଦେବା ଆମର କର୍ମ

କିନ୍ତୁ ଧର୍ମ କରୁଛି ବୋଲି ଫଟେଇ ହେବା

ମୋଟେ ଯୁକ୍ତିଯୁକ୍ତ ନୁହଁ।


ଦେଖ !

ଧର୍ମ କରୁଛି ନିତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy