STORYMIRROR

Sukadev Mahanta

Tragedy

3  

Sukadev Mahanta

Tragedy

ଆଖିର ଲୁହରେ ଲେଖା

ଆଖିର ଲୁହରେ ଲେଖା

1 min
169

ଆଖିର ଲୁହରେ ଲେଖା

     କେତେଯେ କବିତା

ଝରିପଡେ ପ୍ରତିଦିନ

      ତୁମରି ନାମରେ,


ଯେଉଁ ଦିନ ଆଖିଲୁହ

       ଶୁଖି ଯିବ

ମନେରଖ ସେଦିନ ମୋ

       ମରଣ ହେବ 

ଭୁଲିଯଦି ଯାଅ ତୁମେ

       ଏ ଅଧମକୁ

ଭୁଲି ପାରିବନି କେବେ

         ସ୍ମୃତି ସବୁକୁ

ଜାଣେ ସବୁ କିଛି ଏଠି

       ପଡି ରହିଥିବ

ଧୀରେ ଧୀରେ ଜୀବନଟା

       କାଟିବାକୁ ହେବ

ଆଖିର ଲୁହରେ ଲେଖା 

         କେତେ ଯେ କବିତା

ଝରିପଡେ ପ୍ରତିଦିନ

    ତୁମରି ନାମରେ ।


କଷ୍ଟ ସବୁ ଜମାହୋଇ

       କାନ୍ଦେ ଦିବା ରାତ୍ରୀ

ନିରବ ରାତ୍ରୀର ସାଥେ

     ମୁହିଁ ଏକା ଯାତ୍ରୀ

ସେ ମୁହୂର୍ତ୍ତେ ମନ ମୋର

       ଟିକେ ଭଲ ଲାଗେ

ମନେହୁଏ କିଏ ମୋତେ

        ପଛ ପଟୁ ଡାକେ

ଆଖିର ଲୁହରେ ଲେଖା 

       କେତେ ଯେ କବିତା

ଝରିପଡେ ପ୍ରତିଦିନ 

      ତୁମରି ନାମରେ  ।।

ଯେଉଁ ଦିନ ଆଖି ଲୁହ

      ଶୁଖି ଯିବ

 ସମ୍ପର୍କର ସୂତା ଖିଅ

       ଛିଡିଯିବ

ଜାଣିରଖ ସେଦିନ ମୋ

       ମରଣ ହେବ 

ଆଖିର ଲୁହରେ ଲେଖା

     କେତେଯେ କବିତା

ଝରିପଡେ ପ୍ରତିଦିନ

    ତୁମରି ନାମରେ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy