STORYMIRROR

Ajit Kumar Raut

Abstract Tragedy

3  

Ajit Kumar Raut

Abstract Tragedy

ନାରୀ

ନାରୀ

1 min
211


ନାରୀ ଶକ୍ତି ଯହିଁ ଆଦି ଶକ୍ତି ତହିଁ

  ବିଦ୍ୟମାନ ଯୁଗେ ଯୁଗେ,

ଗୁଞ୍ଜେ ତାଙ୍କ କ୍ରୀତି ଗୁଞ୍ଜୁ ଥିବ ନିତି

   ମନୁଷ୍ୟ ସମାଜ ମାର୍ଗେ।


ସୃଷ୍ଟିର ସୃଜନେ ଦିବ୍ୟ ନାରୀ ଶକ୍ତି

   ଧରେ ମାତୃରୂପ ନାରୀ,

ମନୁଷ୍ୟ ସମାଜେ ଧର୍ଯ୍ୟ ପ୍ରତିମୂର୍ତ୍ତି

   ସୃଷ୍ଟିର ନିର୍ମାଣେ ନାରୀ।


ନାରୀ ନାରାୟଣୀ ଆଦି ଶକ୍ତି ମାତା

  କନ୍ୟା ରୂପ ମଧ୍ୟ ନାରୀ,

ପତ୍ନୀ ରୂପ ଧରି ଗୃହ ଲକ୍ଷ୍ମୀ ହୁଏ

  ଭଉଣୀ ରୂପରେ ନାରୀ।


ଶକ୍ତି ପ୍ରତିମୂର୍ତ୍ତି ଜ୍ଞାନରେ ଭୂଷଣ

  ସର୍ବୋଚ୍ଚ ସ୍ଥାନରେ ନାରୀ,

ନାରୀ ବିନୁ ନାହିଁ ମନୁଷ୍ୟ କଳ୍ପନା

  ନାହିଁରେ ଶକ୍ତି କାହାରି।


ନୂଆ ଭାରତରେ ଗୁଞ୍ଜେ ନାରୀ ବାନା

  ଯୁଦ୍ଧ କ୍ଷେତ୍ରେ ଆଜି ନାରୀ,

ରାଜନୀତି କ୍ଷେତ୍ରେ ନାରୀ ତ୍ୟାଗ ମୂର୍ତ୍ତି

  ଦିଏ କର୍ତ୍ତବ୍ୟରେ ଭରି।


ଦେଖ ଶିକ୍ଷା କ୍ଷେତ୍ରେ ନାରୀର କର୍ମାଣୀ

   କିପରି ଗୁଞ୍ଜେ ତାଙ୍କରି,

ଖେଳ କ୍ଷେତ୍ରେ ଏବେ ନାରୀ ପରାକାଷ୍ଠା

   ଭୁଲିବା ତାହା କିପରି।


ଗୃହସ୍ତାଶ୍ରମରେ ଗୃହ ଲକ୍ଷ୍ମୀ ନାରୀ

   ବ୍ୟବସାୟେ ଅଗ୍ରଗତି,

ଜନତା କଲ୍ୟାଣେ ଆଗୁଆରେ ନାରୀ

   କର୍ମକ୍ଷେତ୍ରେ ଦୃଢଶକ୍ତି।


ଧର୍ମର କାର୍ଯ୍ୟରେ କର୍ତ୍ତବ୍ୟେ ଜଡ଼ିତ

  ନିତ୍ୟେ ଯାର ପ୍ରଭୁ ଭକ୍ତି,

ସେବାରେ ନିପୁଣ ସ୍ବାମୀ ସେବା ତହିଁ

  ଶାଶୁ ଓ ଶଶୁରେ ଭକ୍ତି।


ବିଭିନ୍ନ ରୂପରେ ନାରୀ ଆବିର୍ଭୂତ

  ଅଲିଅଳି ଝିଅ ରୂପେ,

ଗୃହଲକ୍ଷ୍ମୀ ରୂପେ ଗୃହିଣୀ ହୁଅଇ

  ହୁଏ ଜେଜେବୋଉ ରୂପେ।


ଜେଜେ ବୋଉ ରୂପ ଧରିଣ ନାରୀରେ

   କହୁଥାଏ କେତେ ଗପ,

ନାତୁ ଓ ନାତୁଣୀ ଶୁଣୁ ଥାନ୍ତି ଧ୍ୟାନେ

   ଜେଜେ ବୋଉର ତା ଗପ।


ଦେଖି ଲାଗେ ଦୁଃଖ ନାରୀ ନିର୍ଯାତନା

  କିପରି ମନୁଷ୍ୟ ଜାତି,

ନାରୀ ପରା ମାତା ଅଲିଅଳି ଝିଅ

  ରହୁ ପ୍ରେମ ଶ୍ରଦ୍ଧା ନିତି।


ଭଉଣୀ ରୂପରେ ପରା ନାରୀ ରୂପ

  ଜେଜେବୋଉ ରୂପଯାର,

ନକରି ଆଦର କରୁ ନିର୍ଯାତନା

  ସାଜିଛୁ କିପରି ନର?


ନାରୀ ଗର୍ଭୁ ଜନ୍ମି କରୁ ନିର୍ଯାତନା

  ପୁତ୍ର କିପରି ରେ ତୁହି,

ଲଜ୍ୟ ନାହିଁ କିମ୍ପା ଜ୍ଞାନ ଶୁନ୍ୟ ପଶୁ?

  କରୁ କଳଙ୍କିତ ତୁହି।


ନାହିଁ ଗତି ମୁକ୍ତି ପାପୀ ଓ ଅଜ୍ଞାନୀ

  ପଶୁର ସମାନ ତୁହି,

ଧିକ୍କାର ଜୀବନ ତୋର ନର ଜନ୍ମ

  ନିରତେ ଦୁର୍ନୀତି ତୁହି। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract