STORYMIRROR

Hitesh Mohapatra

Abstract Tragedy Classics

3  

Hitesh Mohapatra

Abstract Tragedy Classics

ବୟସର ଗାଡି

ବୟସର ଗାଡି

1 min
183

ଗାଡିରେ ବସି ଗଲା ବେଳେ

ବହୁତ କିଛି ଚାଲିଯାଉଥାଏ ପଛରେ

ବୟସର ଗାଡି ଭି କିଛି ସେପରି

ଯେଉଁଠି ଅନେକ ସମୟ ସହ

ଯାଆନ୍ତି ଅପସରି

କେତେ ଅଚିହ୍ନା ମୁହଁ 

ଲାଗୁଥାନ୍ତି ଚିହ୍ନା ଚିହ୍ନା

ଓ ଅନେକ ଚିହ୍ନା ମୁଁହ

ହୋଇଜାନ୍ତି ଧୀରେ ଧୀରେ ଅଚିହ୍ନା

ଶାନ୍ତିରେ ଟିକେ ବସିବା ପାଇଁ, ଜୀବନ ଗାଡି ଭିତରେ

ଧସି ହେଇ ପସିଗଲା ବେଳେ,

କିଏ ଜାଣେ, ଝରକା ଆଡୁ

ରୁମାଲ ଟେ ଫିଙ୍ଗି, ଲୁଟେରା ସାଜି 

ନେଇଯାଏ ଟାଣି ନିଜ ଆଡକୁ ସବୁକିଛି 

ଅସହାୟ ହୋଇ, ଝାଳ ଟିକେ ପୋଛି

ପରିଶ୍ରମର ବୃଥା ଜିବା ଦେଖି 

ଜଳ ଜଳ ହୋଇ ରହିଥାଏ ଚାହିଁ ,

ଲୁଟେରା ର ମୁହଁଟିକୁ ତହିଁ 

ରୁମାଲ ଫିଙ୍ଗା ବ୍ୟକ୍ତି ଜଣକ 

ପଚାରେ ଦାନ୍ତ ଦେଖାଇ

କୁଆଡେ ଜାଉଛ କି ଭାଇ

ଦାନ୍ତ କଡ ମଡ କରି 

କୃତ୍ରିମ ହସଟିଏ ଦେଇ ,

ଡେରେଇ ରହିତାହେ ସେଠି 

କାଳେ ର ଭରଷା ନେଇ 

ଜିବନ ର ଅନେକ ଏପରି ହରାଇ

ଭାଗ୍ୟକୁ ନିଜର ସାହା ବାନାଇ

ମୁଁ ଚଢ଼ୁଥାଏ, ଅନେକ ଗାଡିରେ ଜାଇ

କାଳେ ଆଜି ନହେଲେ କାଲି

ସମୟ ବୁଝିବ, ଆଉ ସୂଜିବ

ମୋ ପରିଶ୍ରମର ଉଧାରୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract