STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ଦ୍ଵନ୍ଦ୍ଵ

ଦ୍ଵନ୍ଦ୍ଵ

1 min
133


  ମୁଁ କିଏ ତୁମେ କିଏ

    ସେ କିଏ

   ସବୁ କିଏର ସୃଷ୍ଟି କର୍ତ୍ତା କିଏ

    ଏ ପାଇଁ ମନେ ଅନେକ

     ଆସିଥାଏ ଦ୍ଵନ୍ଦ୍ଵ

   ଏ ସଂସାର ହାଟରେ

    ଭଲ କିଏ କିଏ ପୁଣି ମନ୍ଦ

    ମନ, ହୃଦୟ ଓ ଆତ୍ମାରେ

     ଉଠେ ଅନେକ ପ୍ରଶ୍ନବାଚୀ

    ଆସେ ପୁଣି ଅନେକ ଦ୍ଵନ୍ଦ୍ଵ ।


   କିଏ ପର କିଏ ଆପଣାର

    ମିଛ ମାୟା ଦୁନିଆଁରେ

    କିଏ ସତ କିଏ ମିଛ

    ପରଖିବା ଅଟେ ଅତି

      କଷ୍ଟକର ବ୍ୟାପାର

   ସବୁଠି କେବଳ 

   ବିଶ୍ଵାସ ଅବିଶ୍ବାସ ମଧ୍ୟେ ଚାଲିଛି ଦ୍ଵନ୍ଦ୍ଵ

    ନ୍ୟାୟ ଅନ୍ୟାୟ ମଧ୍ୟେ ଚାଲିଛି

     ଅହରହ ଦ୍ଵନ୍ଦ୍ଵ ଯୁଦ୍ଧ

   ଏ ଲାଞ୍ଚ, ମିଛ, ମୋହ, ମାୟାର

     ସଂସାର ହାଟରେ

   ସତ୍ୟ ଏଠି ବନ୍ଧା ପଡେ ମିଥ୍ୟା ପାଶେ

    କେଉଁ ରାସ୍ତା ଠିକ୍ କେଉଁ ରାସ୍ତା ଭୁଲ୍

    ସବୁରି ମନେ ଉଠେ ଅଶେଷ ଦ୍ଵନ୍ଦ୍ଵ ।


  ପାପ ର ଜୟ କି ପୁଣ୍ୟ ର ଜୟ

   ଅଧର୍ମର ଜୟ କି ଧର୍ମର ଜୟ

    ଅହୋରାତ୍ର ହୋଇ ଚିନ୍ତାମଗ୍ନ

   ମଣିଷ ମନେ ଏବେ ଆସେ

   ଅନେକ ବିଭ୍ରାନ୍ତିକର ଦିବା ସ୍ୱପ୍ନ

   କ'ଣ ଠିକ୍ କ'ଣ ଭୁଲ୍

    କ'ଣ ଭଲ କ'ଣ ମନ୍ଦ

   ମଣିଷ ହରାଇ ତା'ର ବିଚାର ଶକ୍ତି

   ପୁଣ୍ୟ ବଦଳେ ପାପ ଲୋଭେ ହେଉଛି ଅନ୍ଧ

   ଯୁଗେ ଯୁଗେ ଧର୍ମ ଅଧର୍ମ ପାପ ପୁଣ୍ୟ ମଧ୍ୟେ

   ଚାଲେ ଦିବାନିଶି କେବଳ ଦ୍ଵନ୍ଦ୍ଵ ହିଁ ଦ୍ଵନ୍ଦ୍ଵ ।

  

   କାମନା ବାସନା ର ଲାଳସାରେ

     ହୋଇ ଏ ମଣିଷ କାମାନ୍ଧ

   ଉଚିତ୍ ଅନୁଚିତ୍ ର ନ କରି ବିଚାର

    ଅର୍ଥ ଓ ସ୍ବାର୍ଥ ରେ ହୁଏ ପୁଣି ସ୍ଵାର୍ଥାନ୍ଧ

   ବିଶ୍ଵାସ ଅବିଶ୍ବାସ ର ଦୋଛକିରେ 

   ଆଜିର ମଣିଷ ହୋଇ ବସ୍ତୁବାଦୀ

     ବସ, ବାସ, ରୂପ, ବେଶ ପାଇଁ

      ପ୍ରତି କ୍ଷଣେ କ୍ଷଣେ ଚାଲେ

     ପରସ୍ପର ମଧ୍ୟେ ବାଦ ପ୍ରତିବାଦ

    ମୁଁ କାର ଶବଦେ ଏ ମଣିଷ ଅନ୍ଧ

    ପରିବାର, ପରିବେଶ 

    ବିଶ୍ଵ ସମୁଦାୟ ମଧ୍ୟେ କେବଳ

    କ୍ଷମତା ଲଢେଇ ଚାଲେ

    ଚାଲେ କେବଳ ଦ୍ଵନ୍ଦ୍ଵ ଯୁଦ୍ଧ

   ବଞ୍ଚିବା ମରିବା ମଧ୍ୟେ

    ମଣିଷ ମଣିଷ ମନେ ହୃଦେ

   ପ୍ରତି କ୍ଷଣେ ଅନୁକ୍ଷଣେ ଆସେ ଦ୍ଵନ୍ଦ୍ଵ ।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract