STORYMIRROR

Shanti Mishra

Tragedy Classics Others

3  

Shanti Mishra

Tragedy Classics Others

ହେ ବଡ ଠାକୁର

ହେ ବଡ ଠାକୁର

1 min
167

ବଡ ଦେଉଳର ବଡ ଠାକୁର ହେ

ଡାକି ଡାକି ନାହିଁ ଶୁଣ

ନ ଶୁଣିବାକୁ କି ଶପଥ ନେଇଛ

ପକାଇ ଅଛ କି ରାଣ ।


ବାଜେ ଘଣ୍ଟ ଘଣ୍ଟି ଶୁଭେ କରତାଳି

ଚାରି ଦିଗରେ ଚହଳ

ଉଠିବାକୁ ହେବ ରତ୍ନ ସିଂହାସନୁ

ବସିବାକୁ ନାହିଁ ବେଳ l


ତୁମ ବିନା ଯଦି ଅନ୍ୟ ଗତି ଅଛି

କୁହ, ପାଇବାକୁ ପରିତ୍ରାଣ

ସଂସାର ଉଦ୍ଧାର ତୁମ ହାତେ ଡୋର

ଲାଗେ ନାହିଁ କେଉଁ କାମେ l


ଯଦି କର ହେଳା ବୁଡ଼ିବ କା ଭେଳା

ନିଶ୍ଚେ ଜାଣିଥିବ ତୁମେ

ପତିତପାବନ ବାନା ନ ଉଡାଅ

ଯଦି ବିରାଗରେ ତୁମ ମନ l


କେତେ ଯୁଗରୁ ଏ ଅହଲ୍ୟା ପାଷାଣୀ

ବସିଛି ବାଟକୁ ଚାହିଁ

ପଦ ରଜ ପାଇ ଶାପୁ ମୁକ୍ତି ହୋଇ

ସଂସାରୁ ଉଦ୍ଧାର ପାଇଁ l


ନ ଶୁଣିଲା ପରି ନ ଜାଣିଲା ପରି

ଆଉ ରହିଥିବ କେତେ ଦିନ l


Rate this content
Log in

Similar oriya poem from Tragedy