Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance

4  

Bharatabandhu Biswal

Romance

ପ୍ରେମ ଚିରନ୍ତନ

ପ୍ରେମ ଚିରନ୍ତନ

1 min
271



ଜନମର ପରେ ହୁଅଇ ମରଣ

ବାରବାର ହୁଏ ଜନ୍ମ

ଅମୃତର କଣ ଅଟଇ ଜୀବନ

ପ୍ରେମ ଅଟେ ଚିରନ୍ତନ ।

ଘଟିଲେ ମରଣ ନଶ୍ବର ଶରୀର

ମାଟିରେ ମିଶଇ ସିନା

ରହିଯାଏ ବାକି ପ୍ରେମ କଥା ଗାଥା

ଅନନ୍ତ ପ୍ରେମ ସୁଷମା ।

ଅମରପ୍ରେମର ଦିବ୍ଯ ନିଦର୍ଶନ 

ପ୍ରେମମୂର୍ତ୍ତି ରାଧାକୃଷ୍ଣ 

ଯମୁନାର ତଟ କଦମ୍ବ ମୂଳରେ

ଅମଳିିନ ସ୍ମୃତି ଚିହ୍ନ ।

ନିନାଦେ ମୂରଲୀ ପଞ୍ଚମ ସ୍ବନରେ

ପ୍ରେମ ହିଁ ଜୀବନ ମନ୍ତ୍ର 

ସବୁଜ ସୁନ୍ଦର ପ୍ରେମର ସଂଯୋଗେ

ପ୍ରବହେ ସୃଷ୍ଟି ନିର୍ଝର ।

ସ୍ବର୍ଣ୍ଣିମ ଅକ୍ଷରେ ପୁରାଣ ପୃଷ୍ଠାରେ

ପ୍ରେମ ଅପ୍ରାକୃତ ତତ୍ତ୍ବ 

ରହିଛି ରହିବ ହୋଇ ଲିପିବଦ୍ଧ 

କାଳ ଅନନ୍ତ ପର୍ଯ୍ୟନ୍ତ। 

   


Rate this content
Log in

Similar oriya poem from Romance