Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Romance

3  

Kalpana Kumari Pradhan

Romance

କେତେ ପାଖେ କେତେ ଦୂରେ

କେତେ ପାଖେ କେତେ ଦୂରେ

1 min
128


ତୁମେ ପାଖରେ ଥିଲେ

    ହୃଦ ସ୍ପନ୍ଦନ ବଢିଯାଏ

ଅନେକ ଭାବନା ଉଙ୍କିମାରେ

    ମନରେ, ଓଠ ନୀରବିଯାଏ l


ତୁମେ କହିଦେଇ ଚାଲିଯାଅ

    ଅନେକ ଗହନ କଥା

ସବୁ କିଛି ସାଇତି

   ରଖିବାକୁ ଚାହେଁ ମଥା l


ମନ ଝୁରେ ଅନ୍ତରଙ୍ଗ

   ମୁହୂର୍ତ୍ତ, କିଛି କଥା

ସମୟକୁ ଦିଏ ବାନ୍ଧି

    ସରେ ନାହିଁ ରାସ୍ତା l


ଆଖି ହୁଏ ଛଳଛଳ

   ମନରେ ଉଠଇ ଜୁଆର

ବୁଝି ପାରିବକି ତୁମେ

    ସହେ ହୃଦୟର ପ୍ରହାର l


ଏତେ ପାଖେ ତୁମେ

    କାହିଁ ଚାଲିଯାଅ ଦୂରେ

ହୃଦ ବେଳାଭୂମି ପରେ

    ମନ ଏକାନ୍ତରେ ଝୁରେ l


ବୁଝି କି ଅବୁଝା

  ତୁମେ ନୀଳ ପରୀ

ଅବା ଛୁଇଁ ନାହିଁ

  ପ୍ରେମ ହୃଦୟେ ତୁମରି l


ଅଳସୀ ନଇ ପରି

  ଯାଅ ଝରି ଝରି

ତାସଙ୍ଗେ କି ବହିଯାଏ

   ପୀରତି ଥିରି ଥିରି l


ହସ ଲାଗେ ଭାବି

  ଦେଲେ ପ୍ରେମ ଗାଥା

ଏତେ ପାଖେ ତୁମେ

    କିନ୍ତୁ କୁହନି ସେକଥା l


    


Rate this content
Log in

Similar oriya poem from Romance