Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bibhutibhusan Majhi

Romance Inspirational

4.0  

Bibhutibhusan Majhi

Romance Inspirational

ବିରହ ସ୍ୱର

ବିରହ ସ୍ୱର

1 min
161


ପଣତେ ମୋ ଗୁନ୍ଥା ରେଶମର ସୂତା

  ଶରଧା ମିଶା ଆଡେଣୀ

କେମନ୍ତେ ଖସିବ ଏଥର କେଶବ

  ରଚିବ କେଉଁ କାହାଣୀ ?


ମାୟା ଡାକିଲାଣି ବାହାନା ନ ଶୁଣି

  କନ୍ଧେ ରଖି ବେନି କର

ମୋହନ ବଂଶୀରେ ସପ୍ତମ ରନ୍ଧ୍ରରେ

   ତୋଳିବି ବିରହ ସ୍ୱର ।


ଦରଦୀ ମୂର୍ଚ୍ଛନା ଥମିବ ଯମୁନା

  ବିଷାଦ ମୀନ ମରାଳି

କଦମ୍ବର ଫୁଲ ମୁରୁଛିବେ ଡାଳ

  ରୋକିଯିବ ନାବକେଳି ।


ଥମିବେ ସୂରୁଜ ସରମ ମୁରୁଜ

  ବିଞ୍ଚିଦେବେ ଧରାପର

ଦେବନି ମେଲାଣି ସୁନ୍ଦରୀ ନଳିନୀ

  ଯାତନା ଦେଖି ପ୍ରିୟାର ।


ଗଗନରେ କେବେ ଚାନ୍ଦ ଉଭାହେବେ

   ଧ୍ୟାନେ ଥିବ କୁମୁଦିନୀ

ପତି କର ସ୍ପର୍ଶେ ବିକଶିବ ହର୍ଷେ

  ଅଧିରା ହେବ ଦୁଃଖିନୀ ।


ମିଳନ ପାସୋରି କାଟିବେ ଭଉଁରୀ

  ଦୁଃଖେ ଚକୋର ଚକୋରୀ

ପନ୍ତି ପନ୍ତି ପକ୍ଷୀ ନଭେ ଯିବେ ଲାଖି

  ଶୁଣି ବିରହ ବାଂଶୁରୀ ।


ବିରହିଣୀ ସ୍ୱର ବିରହ ବିଧୂର

  ଥମିଯିବ ଏ ଜଗତ

ତେବେ ହେ ମୋହନ ମୋ ହୃଦ ଦହନ

  ହେବ ତୁମ୍ଭେ ଅନୁଭୁତ ।


ମୋ ସାଥେ ଅଧର ଦେବ ବଂଶୀପର

  ଗୁଞ୍ଜିବ ପଞ୍ଚମ ତାନ

ସମସ୍ତ ଜଗତ ହେବ ଉଜ୍ଜିବିତ

  ସତ୍ତା ମୋ ହେବ ବିଲୀନ ।



Rate this content
Log in

Similar oriya poem from Romance