Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Goutam Swain

Romance

3  

Goutam Swain

Romance

ସ୍ମୃତି

ସ୍ମୃତି

1 min
206


ସୁନ୍ଦର ସୁଶୀଳ  ଭାରି ସେ କୋମଳ

   ଚଞ୍ଚଳ ପରଜାପତି 

ପାଠରେ ସାଠରେ  ସବୁରେ ଆଗୁଆ

   ଦେଖେ ତାକୁ ଲୁଚି ନିତି l


ସବୁ ଜାଣିଶୁଣି   କାହିଁକି କେଜାଣି 

   ଫେରେଇ ନିଏ ନଜର 

ଯେତେ ଚାହିଁଲେ ବି  ଜାଣି ପାରେ ନାହିଁ

   କଣ ଅଛି ମନେ ତାର l


ଭାରି ସାହସରେ  କହିଦେଲି ଦିନେ 

    ପାଉଛି ତୁମକୁ ଭଲ 

ରାଗ ଟଳମଳ  ହେଇ ଦେଖେଇଲା 

   ଆଠ ନମ୍ବର ଚପଲ l 


ଚାହୁଁନି ମୁଁ ଆଉ   ପ୍ରେମକୁ ତୁମର

   ଚାହୁଁଛି ତୁମ ବନ୍ଧୁତା 

କିଛି କହିଲାନି  ଓଠେ ଥିଲା ତାର 

   ଅସୁମାରୀ ନୀରବତା l 


ବହୁ ଦିନ ଯାଏଁ  ଝୁରି ହେଲି ତାକୁ 

   ଜୀବନକୁ କଲି ମାଟି 

ସମୟ ସୁଅରେ  ବଦଳିଲା ସବୁ 

   ହେଲା କା ଜୀବନସାଥୀ l


ମୁଁ ବି ମୋର  ବାଟ ଖୋଜିନେଲି 

   ଭୁଲି ସବୁ ପଛ ସ୍ମୃତି 

ହେଲେ କେବେକେବେ ମନେ ପଡ଼ିଗଲେ

   ଖୋଜେ ତାର ଉପସ୍ଥିତି l



Rate this content
Log in