Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Romance

3  

Jagannath Das

Romance

ବସନ୍ତେ ବାସନ୍ତୀ

ବସନ୍ତେ ବାସନ୍ତୀ

1 min
107



ଫୁଲ ର ମନ ପିଆଲାରେ

ପୀରତି ମଦିରା

ମଧୁପ ପିଉଛି ସବୁ ମନ ତା

ସୁନ୍ଦୁ ରା 

ବସନ୍ତେ ବାସନ୍ତୀ ସେ କୁଆଁରୀ କନିଆଁ

ଗୋଲାପୀ ଅଧରେ ତାର ସୁଷମା ଭରା.....1


ଲଳିତ ମଧୁର ଛନ୍ଦେ ସମୀର ତରଙ୍ଗେ

କୋକିଳ କୁଜନେ ରଞ୍ଜେ

ଆହା କେତେ ରଙ୍ଗେ

ସୁଧା ବୋଳା କଣ୍ଠ ତାର ମଧୁ ରେ ଭରା

କି ସୁନ୍ଦର ଲାଗୁଅଛି ଦିଶୁଅଛି ତ୍ବରା....


ରଜନୀ ରାଣୀ ଟାଣୁଛି ଅନ୍ଧାରୀ ଓଢଣା

ଆକାଶ ରେ ତାରା ଫୁଲ ଚାନ୍ଦ ର ଜ୍ୟୋଚ୍ଛନା

ଚକୋରୀ ମନେ ସପନ ମିଳନ

ଗୀତିକା

ପ୍ରୀତି ଆଶା କରେ କାମିନୀ ଲତିକା

ପରାଗ ରେଣୁ ରେ ଭରା ପୁଷ୍ପ

ପୀରତି ପସରା....


ଫଗୁଣ ରେ ବହୁଛି ମଳୟ ଦିନ ରାତି

ଦୁନିଆଁ ଶୁଣୁଛି କୋକିଳ ର କଣ୍ଠ ଗୀତି 

ଚତୁର ଚାରଣ ସେ ରଶରେ ପୂର୍ଣ୍ଣ ଭରା

ଲଳିତ ଅଙ୍ଗେ, ରଚିବ ରଙ୍ଗେ ଏଇ ରେ ବାସନ୍ତୀ ଧରା....


Rate this content
Log in

Similar oriya poem from Romance