Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Romance Classics Inspirational

4  

Bharatabandhu Biswal

Romance Classics Inspirational

ଯାଅନା ଯମୁନା

ଯାଅନା ଯମୁନା

1 min
331



ରମ୍ୟ ବୃନ୍ଦାବନେ  ଅତି ରସବନ୍ତ

    ପ୍ରବେଶ ଋତୁ ବସନ୍ତ 

ବହେ ମୃଦୁମନ୍ଦ  ମଳୟ ସମୀର 

    ଚୂତ ମୁକୁଳ ମଣ୍ଡିତ

   ଲତା ମାଧବୀ କେତକୀ

ବିତରଇ ବାସ   ନବୀନ ମାଳତୀ

   ଯାଅନା ଯମୁନା ସଖି ।


ମଧୁଗନ୍ଧ ଲୋଭେ   ପ୍ରମତ୍ତ ଭ୍ରମର

    କୋକିଳର କୁହୁ କୁହୁ

ଉଚ୍ଚାଟଇ କର୍ଣ୍ଣେ    ମୂରଲୀଧରଙ୍କ 

    ବେଣୁସ୍ବନ ମୂର୍ହୁ ମୂର୍ହୁ 

     ମୋହନଙ୍କ ବାଙ୍କଚୂଳ

ଚାହିଁ ଦେଲେ ଥରେ   ଚନ୍ଦ୍ର ବଦନକୁ

     ଅଧୀର ପ୍ରାଣ ବିଭୋର ।


କଦମ୍ବ ମୂଳରେ   ତା ବାଙ୍କ ଚାହାଣୀ

      ମୁରୁକି ମୁରୁକି ହସ

ଭାଲ ତଟେ ଶୋହେ  ଶ୍ରୀହରି ଚନ୍ଦନ

    ପାଟ ପୀତାମ୍ବରୀ ବେଶ

    ମୋହେ ହୁଏ ଚିତ୍ତ ଭ୍ରମ

ଲାଗୁଅଛି ଡର    ଯିବାକୁ ଯମୁନା

    ନଟକୂଟ ଭାରି କୃଷ୍ଣ ।

        


Rate this content
Log in

Similar oriya poem from Romance