ସ୍ୱପ୍ନଥିଲା ଆଜି
ସ୍ୱପ୍ନଥିଲା ଆଜି
ସ୍ବପ୍ନ ଥିଲା ଆଜି ପ୍ରୀତି ନାୟିକାର
ଚମତ୍କାର ସୁନ୍ଦରତା,
ଚୁପ୍ ଚାପ୍ ଆସି କହିଦେଇ ଗଲା
ରଖିବାକୁ ଗୋପନତା ।
ହେଲେ ମୁଁ କଣ ରଖି ପାରିବି ତାର
ସୁନ୍ଦରତା କୁ ଗୋପନ,
ବାସ୍ତବ ନ ହୋଇ ହୋଇଥିଲା ଏହା
ମୋର ପାହାନ୍ତି ସପନ ।
ସ୍ନୋ ପାଉଡର ମୁଖେ ବଳିହୋଇ
ଦିଶୁଥିଲା ଅତି ସୁନ୍ଦର,
ମୋ ପାଖେରେ ବସି କହିଦେଇଗଲା
କଥା ବହୁ ଅବନ୍ତର ।
ସୁନ୍ଦର ମୁଖରେ ଆଙ୍କିଦେଲି ତାର
କଳା ଦାଗର ଏକ ବିନ୍ଦୁ,
ସତେକି ସେ ମୋପାଇଁ ଆସିଥିଲା ଡେଇଁ
ସାତ ସାଗରର ସିନ୍ଦୁ ।
ମୁଣ୍ଡକୁ ହଲେଇ କହିଦେଲା ମୋତେ
ଦେଖିବାଟା ସ୍ଵାଭାବିକ,
କାଳ୍ପନିକ ତାକୁ ଲେଖିଦିଅ ପୁଣି
ଏମିତି ତୁମେ ଲେଖକ ।
ଅଥୟ ଏ ମନ ବିଚଳିତ ପୁଣି ପ୍ରାଣ
ତୁମକୁ ଦେଖିବାକୁ,
ଚାଲି ଆସ ଥରେ ସ୍ୱପ୍ନ ଦୁନିଆରୁ
ବାସ୍ତବର ଦୁନିଆକୁ ।
ପ୍ରେମରେ ହାରିବା ହୋଇଯାଇ ଅଛି
ମୋ ପାଇଁ ବାସ୍ତବିକ,
ସତନୁହେଁ ଇଟା ସ୍ବପ୍ନମୋର ଥିଲା
ମୁଁ ଜଣେ ମିଛ ପ୍ରେମିକ ।