Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Romance

3  

Satyanarayan Sahoo

Abstract Romance

ଶ୍ରମିକ ଭାଇ ରେ ଶ୍ରମିକ ଭାଇ

ଶ୍ରମିକ ଭାଇ ରେ ଶ୍ରମିକ ଭାଇ

1 min
142


ଶ୍ରମିକ ଭାଇ ରେ ଶ୍ରମିକ ଭା


ଶ୍ରମିକ ଭାଇ ରେ ଶ୍ରମିକ ଭାଇ

ତୋର ହାତେ ସବୁ ଗଢ଼ା ହୁଅଇ ।

ଶ୍ରମ କରି ଚାଲୁ ପ୍ରତି ଦିବସ

ରହି ଥାଉ ଭୋକ ଓ ଉପବାସ ।

ପିଲା ଛୁଆ ତୋର ସହି କଷଣ

ଚିର ପ୍ରପୀଡ଼ିତ ଦୁଃଖ ପରାଣ ।

ଧରି ରହି ଥାଉ ମୂଲ କୁ ଲାଗି

ଚଳି ନ ପାରିଲେ କାହାକୁ ଜାଗି ।

ଠକି ଠକି ଭଣ୍ଡି ଖାଆନ୍ତି ତୋତେ

ଗଢି ଦେଉ ତାଙ୍କ ପାଇଁ ନିରତେ ।

ରଖନ୍ତି ସତତ ବେଠିଆ କରି

ଲୋଭି ମଣିଷ ର ହାତେ ନ ମରି ।

ବଞ୍ଚାଇ ରଖୁ ତୁ ପ୍ରାଣ କଷ୍ଟ ରେ

ପୀଡା ତାପ ଘୃଣା ଲୋଭ ତାପ ରେ ।

ଜଳୁ ଥାଏ ନିତି ତୋହର ହୃଦ

ଇର୍ଷା ରେ ଜଳଇ ତୋର ମାଲିକ ।

 ଅରଣ୍ୟ ରୋଦନ କରି ତା ଆଗ

କେହି ଯେବେ କେବେ କିଛି ହେ ମାଗ ।

ଭୟ ଦେଖାଏ ସେ ଅନେକ ଭାବେ

କିଛି ନ ଦିଏ କେ ଥିଲେ ଅଭାବେ ।

ସହି ଚାଲୁ ଥାଉ ଭୟ ଜୁଲମ

ସବୁ ସହି କରୁ ମାଲିକ କାମ ।

ମଜୁରୀ ପାଉଛୁ ସିନା ଅଳପ

 ହସି ହସି ରହୁ କlମେ ନିରତ ।

ନୀରସ ଜୀବନେ ସୁତୀବ୍ର ଦାହ

ଦୁର୍ବିସହ କୋହ ଚାପି ଅସହ୍ୟ ।

ଖରା , ବର୍ଷା ଶୀତ ସବୁ ସହଇ

ନାନା ବିଦ୍ଧ କ୍ଳେଶ କ୍ଳାନ୍ତି କୁ ସହି ।

ଗଢି ଦେଉ ଥାଉ ଦରବ ରାଶି

ପର ଖୁସି ଚାହିଁ ହେଉ ତୁ ଖୁସି ।



Rate this content
Log in

Similar oriya poem from Abstract