ମହୋଦଧି ତୀରେ
ମହୋଦଧି ତୀରେ
ମହୋଦଧି ତୀରେ ପ୍ରଦୋଷ ବେଳରେ
ବସିଥିଲି ଏକା ମୁଁ ଯେ ନୀରବରେ...
ଅପଲକେ ବସି ଚାହୁଁଥିଲି ତାକୁ
ଜଳଧି ବୋଲି ଆମେ କହୁ ଯାହାକୁ...
ଧିରେ ଧିରେ ବେଳ ଗଡ଼ି ଗଡ଼ି ଗଲା
ପଶ୍ଚିମ ଆକାଶେ ସିନ୍ଦୂରା ଫାଟିଲା.....
ଆଗମିଲା ଧିରେ ଧିରେ ଘନ ନିଶି
କଳା ଅନ୍ତରୀକ୍ଷେ ଚମକିଲା ଶଶୀ...
ସୋମ ଆକର୍ଷଣେ ନାଚୁଥିଲା ସିନ୍ଧୁ
ନାଚି ନାଚି ତେଣେ ଗର୍ଜୁଥିଲା କିନ୍ତୁ...
ଲଂଘୁଥିଲା ତଟ ଦେଇ ବଡ଼ ଲମ୍ଫ
କଣ୍ଠିରବ ସମ ଥିଲା ତା' ଉଲ୍ଲମ୍ଫ....
ବନରାଜ ଭଳି ଗର୍ଜୁଥିଲା ସେ ତ
ମୃଗୟା ପାଇଁ ବୋଧେ ଥିଲା ଆସକ୍ତ...
ଚିରି ମିରି ଡାକ ଶୁଭୁଥିଲା ନଭୁ
ଘର ଫେରଣି ରେ ଫେରୁଥିଲେ ସବୁ...
ଦ
େଖୁ ଦେଖୁ ଆଖି ଝଲସି ଉଠିଲା
ଅନ୍ଧାର ଭିତରୁ ଚମକ ଆସିଲା...
ରୂପରେ ତ ଥିଲେ ବଡ଼ ମନୋରମ
ହସ ଥିଲା ତାଙ୍କ ରବି ସୂର୍ଯ୍ୟ ସମ...
ଆଖି ଥିଲା ତାଙ୍କ ପୂର୍ଣ୍ଣ ଚାନ୍ଦ ସମ
ଭ୍ରୁଲତା ଯେ ଥିଲା ଘଞ୍ଚ ବନ ତମ...
ଦେଖି ତାଙ୍କୁ ବଢ଼ିଗଲା ମୋ ସ୍ପନ୍ଦନ
କାମ ବାଣ ଛାଡ଼ି ନେଇଗଲେ ମନ...
ନଦୀ ସମ ମନ ଅଶାନ୍ତ ହୋଇଲା
ପ୍ରେମର ନୀଳିମା ମନରେ ଉଠିଲା...
ଲାଗିଲା ଜୀବନ ତାଙ୍କ ବିନା ତୁଚ୍ଛ
ଭାବନା ମୋ ଥିଲା ପୟ ସମ ସ୍ୱଚ୍ଛ...
ଦେଖୁ ଦେଖୁ ଏଣେ ଡାକ ଟେ ଶୁଭିଲା
"ଉଠ ଉଠ ଝିଅ ରାତି ପାହିଗଲା"...
କାଉ ରାବିଲାଣି ଦିବା ଆସିଲାଣି
ରଜନୀର ବେଳ ଗଡ଼ି ସାରିଲାଣି"...