Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Romance Inspirational

3  

LALIT MOHAN DASH

Romance Inspirational

ବାୟୁ

ବାୟୁ

1 min
196


ପଞ୍ଚଭୂତେ ସାର ବାୟୁ ମହାବର

ନିରନ୍ତର ବହୁ ଥାଇ 

ଜୀବ ଜଗତକୁ ଶୀତଳତା ଦେଇ

ତୃପ୍ତ କରିଥାଏ ସେହି l


ପ୍ରୀତିର ପରଶ ବାଣ୍ଟି ଥାଏ ସିଏ

ଈଶ୍ଵରଙ୍କ ସତ୍ତା ପରି 

ସବୁ ସ୍ଥାନେ ସିଏ ପହଞ୍ଚିଥାଏ

ଉପକାରୀ ବନ୍ଧୁ ପରି l


ଶ୍ୱାସ ପ୍ରଶ୍ୱାସରେ ବହୁ ଥାଏ ନୀତି

ଜୀବନ ପରି କା ତହିଁ 

ବାୟୁ ନ ଚଳିଲେ ଜୀବନ ଯେ ଶେଷ

ପୁରି ଯାଏ ବେଳ ଯହିଁ l


ବାୟୁମଣ୍ଡଳରୁ ବାରିଦର ସୃଷ୍ଟି

ଜଳ ବାୟୁ ନିୟନ୍ତ୍ରଣ 

ବୃଷ୍ଟି ଜଳ ଧାରେ କୃଷକ ଉଚ୍ଚନ

ନାଚି ଯାଏ ତନୁ ପ୍ରାଣ l


ବର୍ଷା ସାଥିରେ ବତାଶ ବହିଲେ

ଅଣଚାଷ ବେଗ ହୋଇ 

ପ୍ରଳୟ ଆସଇ ସୃଷ୍ଟିକୁ ବିନାଶି

ଭୟଙ୍କର ରୂପ ନେଇ l


ବାୟୁ ହେତୁ ଜାନ ଚାଲୁ ଥାଏ ନୀତି

ଦୂର ଯାତ୍ରା ହୁଏ ସାଧ୍ୟ 

ବିମାନ ଉଡଇ ଆକାଶ ମାର୍ଗରେ

ହୋଇ ଅଛି ଜ୍ଞାତ ବୋଧ l



Rate this content
Log in

Similar oriya poem from Romance