STORYMIRROR

Sambit Srikumar

Romance Classics Inspirational

3  

Sambit Srikumar

Romance Classics Inspirational

ନୀରବତା

ନୀରବତା

1 min
243


ତୋ' ମନର ନୀରବତା କହିଯାଏ କେତେ କଥା


ଅକୁହା ବେଦନା ଜର୍ଜରିତ ସନ୍ତାପିତ ଦରଦୀ ଗାଥା


ତୋ ଛାତି ତଳେ ଲୁକାୟିତ କେତେ ଯେ ଯାତନା


ସେସବୁର ହିସାବ କେହି ବି କେବେ କରି ପାରେନା !


ତୋ ଆଖିର ଗଭୀରତା ଘୁରାଇ ଦିଏ ମୋହର ମଥା


ସେଇ ଗଭୀର ଆଖିରେ ଦିଶେ ଦୁଃଖର ଛବିଳ ଇନ୍ଦ୍ରଧନୁ


କେବେ ଫିକା କେବେ ଗାଢ଼ା ରଙ୍ଗିନ୍ ତା'ର ବିବର୍ଣ୍ଣ ତନୁ


ସେ ଗଭୀରତା ମାପିବାକୁ ମୁହିଁ ସାହାସ ଜୁଟାଇ ପାରେନା !


ତୋ ଓଠର ନିରସତା ଦିଏ ମୌନ ବ୍ରତର ବାରତା


ତୋର ମଉନ ରହିବାରେ ହିଁ କାଳେ ଜଗତର କଲ୍ୟାଣ


ଖୋଲିଲେ ତୁ ଓଷ୍ଠ ଧାର ବାରେ ଲେଉଟାଇଲେ ଜିହ୍ଵା


ସୃଷ୍ଟି ହେବ ପୃଥିଧ୍ବଂସୀ ପ୍ରଳୟଙ୍କାରୀ ତାଣ୍ଡବର ବିଭିଷିକା !


ଶୁଣି କି ପାରିବୁ ତୁ ବିପନ୍ନ ପ୍ରାଣୀର ତୀବ୍ର ଆର୍ତ୍ତ ଧ୍ବନି ?


ସୃଷ୍ଟି କଲ୍ୟାଣ ହେତୁ ତୁ ରହିଥା ମାଆ ଚିରକାଳ ତୁନି !



Rate this content
Log in

Similar oriya poem from Romance