ଦିବ୍ୟ ଫେସନବାଲି
ଦିବ୍ୟ ଫେସନବାଲି
ହସୁଛୁ ଖିଲିଖିଲି,
ଚାଲୁଛୁ ହଲି ହଲି l(ଘୋଷା )
ପ୍ରେମ ତୋ ମଫସଲି,
ମାରନା ଏ ଷ୍ଟାଇଲି l
ମୁଁ' ଦେଖିନି ତୋ' ପରି
ଦିବ୍ୟ ଫେସନ ବାଲି l
ହସୁଛୁ.....................|(1)
. କେତେ ଝିଅ ଦେଖିଛି,
ତୋତେ ମୁହିଁ ବାଛିଛି l
ନା ଭୁଲି ମୁଁ' ପାରୁଛି,
ଦିବାନିଶି ଭାବୁଛି |
କହି ପାରୁନାହିଁ ମୁଁ'
ଓଠକୁ ମୋର ଖୋଲି
ହସୁଛୁ................|(2)
ଯାଉଛୁ ମୁହଁ ମୋଡି
ତୁ' ମୋ' ଗୋଲାପ କଢି l
ଆଣିଵି ନାଲି ଶାଢ଼ୀ ,
ଜମିବ ଆମ ଯୋଡି l
ମୁଁ' ପରା ତୋ' ବଗୁଲା,
ତୁ' ମୋର ବଗୁଲି,
ହସୁଛୁ.....................| (3)

