STORYMIRROR

LALIT MOHAN DASH

Abstract Classics Inspirational

4  

LALIT MOHAN DASH

Abstract Classics Inspirational

ଛୁଆଁ ଅଛୁଆଁ

ଛୁଆଁ ଅଛୁଆଁ

1 min
14


  ଛୁଆଁ ଅଛୁଆଁ ର     ଭିତିରି ରହସ୍ୟ

     ଆଈମା ଅମଳ ଚାଲାକୀ କଥା

  ନିରୀହ ମାନବ    ବୋକା ବନି ଗଲେ

     ଧର୍ମରେ ଯୋଡ଼ିଲେ ନକରି ଚିନ୍ତା।

  ମଣିଷ ଭିତରେ     ଜାତି କି ଅଜାତି

     ଶିରା ରେ ସମାନ ରକତ ମେଦ 

  ଛୁଇଁ ଦେଲେ ପୁଣି    ଜାତି ଚାଲିଯାଏ

     କହିଦିଅ ଏହି ଅଛୁଆଁ ଭେଦ।

  ଶ୍ମଶାନ ରେ ହୁଏ     ଅନ୍ତିମ ବିଦାୟ

     ବନ୍ଧୁ ପରିଜନ ଆଖିରେ ଲୁହ

  ଶେଷ ଥର ପାଇଁ     ଆଲିଙ୍ଗନ କଲେ

     ଛୁଇଁ ଦେଲ ବୋଲି ଅଛୁଆଁ ଦେହ।

  ଶ୍ମଶାନ ଗଲେ ତୁ     ହୋଇବୁ ଅଛୁଆଁ

     ଶୌଚାଳୟ ଗଲେ ହୋଇବୁ ମାରା

  ଅଧୂଆ ଲୁଗାରେ     ଦେବାଳୟ ଗଲେ

     ଦିଅଁ ଅପବିତ୍ର ହୋଇବେ ପରା।

  ଅଛୁଆଁ କି ମାରା      ବୁଝି ହୁଏ ନାହିଁ

     କେଉଁଠାରେ ଅଛି ଏହାର ଚେର

  ସ୍ୱାସ୍ଥ୍ୟରକ୍ଷା କଥା     ପାଠରେ ପଢ଼ିଛୁ

     ଅଛୁଆଁ ଭେଦ ର ନାହିଁ ବିଚାର।

  ଠାକୁର ବି ପୁଣି     ମାରା ହୋଇଯିବେ

     ଛୁଆଁ ଅଛୁଆଁ ର ମାୟାରେ ପଡ଼ି 

  ତାଙ୍କୁ ଛାର ନର      ପବିତ୍ର କରୁଛି

     ବ୍ରାହ୍ମଣ ଦି ପଦ ମନ୍ତର ପଢ଼ି।

  ମନ୍ତର ଭିତରେ      କି ମନ୍ତର ଅଛି

     ଗାଇ ଦେଲେ ପାପୀ ହୁଅଇ ମୁକ୍ତ

  ଫୁଲ କି ଚାଉଳ      ମସ୍ତକେ ଛୁଇଁଲେ

     ଅଛୁଆଁ ଦୋଷରୁ ହୁଅଇ ରିକ୍ତ।

  ଯାହାକୁ ଛୁଇଁଲେ     ସାତ ଜନ୍ମ ମୁକ୍ତି

     ତାଙ୍କୁ ଅପବିତ୍ର କରୁଛି କିଏ

  ସବୁ ପାପ ତାପ      ଉର୍ଦ୍ଧ୍ବରେ ଯେ ଅଛି

     ଅପବିତ୍ର ପୁଣି ହୁଅନ୍ତି ସିଏ।

  ଛୁଆଁ ଅଛୁଆଁ ର      ଭେଦ ଭାବ ନୀତି

     ଅଜ୍ଞ ବିଜ୍ଞ ମାନେ ଦିଅ ହେ ଜ୍ଞାନ

  ଗୂଢ଼ ତତ୍ତ୍ଵ କିଛି      ଅଛି କି ଏଥିରେ

     ସତ୍ୟ ଜାଣି ଗଲେ ହଟେ ଅଜ୍ଞାନ।।


Rate this content
Log in

Similar oriya poem from Abstract