STORYMIRROR

Satyabati Swain

Romance

3  

Satyabati Swain

Romance

ପୂଣ୍ୟତୋୟା ଓ ୟୁନିଭରସିଟି ପରୀକ୍ଷା

ପୂଣ୍ୟତୋୟା ଓ ୟୁନିଭରସିଟି ପରୀକ୍ଷା

1 min
220


ନିହାତି ପାଗଳ ହୋଇଗଲି ତାକୁ ଦେଖି

ତା ପ୍ରେମରେ କୁତୁ କୁତୁ ହେଲି

ଭାବରେ ପ୍ରଗଳ୍ଭ ହୋଇ ଇଡି ହୋଇଗଲି

ସେ ମୋତେ କଣେଇ ଆଖି ମାରିଲା

ପଢିବା ଏତେ ନିଶା !!

ୟୁନିଭରସିଟି ପରୀକ୍ଷା ରାତିରେ ବି

ଆସନ୍ତା କାଲି ପରୀକ୍ଷା ପାଇଁ

ପ୍ରସ୍ତୁତ ନ ହୋଇ

ରାତି ଅନିଦ୍ରା ହୋଇ ପଢ଼ିଥିଲି 

ପୂଣ୍ୟତୋୟା ବହି।


ରେଭେନ୍ସାର ବିରାଟ ପରୀକ୍ଷା ହଲ୍

ଲମ୍ବା ଲମ୍ବା ଫ୍ୟାନ୍ ଓହଳି

ସତେକି ପଡୁଥିଲେ

ମୋ ମୁଣ୍ଡ ଉପରେ ଛିଣ୍ଡି

ଗମ୍ ଗମ୍ ଝାଳ

ଭୟରେ ଯାଉଥିଲା ବହି

ନିଜ ପାଗଳ ମନକୁ

ବହେ ଗାଳି କଲି

ରାତି ଅନିଦ୍ରା ହୋଇ ପୂଣ୍ୟତୋୟା

ପଢିବାକୁ ଉସକାଉ ଥିଲୁ କାଇଁ??


ଏତେ ଫାଜିଲଟା ତୁ

ଯଦି ଯିବି ଫେଲ୍ ହୋଇ!!

ମୋ ଅବସ୍ଥା କଣ ହେବ ଜାଣିଛୁ!

ରେଭେନ୍ସାରେ ପଢି

କେହି କଣ ଫେଲ୍ ହୁଏ...

ଛିଃ କାହାକୁ ମୁହଁ ପାରିବି ଦେଖାଇ ?


ଇଏ ସେହି ବହି

ମୋ ପ୍ରିୟ ଔପନାସିକା ଡ଼ଃ ପ୍ରତିଭା ରାୟଙ୍କ

ପୂଣ୍ୟତୋୟା ଉପନ୍ୟାସ

ଯା ସହିତ ଗୋଟେ

ଅଭୁଲା ରାତି ଅଛି ଯୋଡି ହୋଇ

ମୁଁ ପ୍ରେମୀ ବହି ମୋ ପ୍ରେମିକା

ଚିର ଦିନ ଲୋ ସହୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance