ନାରୀ
ନାରୀ
ମାଆ
ସ୍ନେହ ମମତାରେ
ବତ୍ସ୍ୟଲ୍ୟ ଡୋରିରେ
ଆଦର ଯତ୍ନରେ
ଉଣା କରିନାହିଁ କେବେ,
ରାତି ଉଜାଗରେ
ଆଶିଷ ଦୋଳିରେ
ନିସ୍ଵାର୍ଥ ଭାବରେ
ଗଢିଥାଏ ମାଆ ଯେବେ !
ଭଉଣୀ
ଆଳତୀ ଧୂପରେ
ଚଉରା ମୂଳରେ
ଶୁଭ ମନାସଇ
.ଆୟୁ ଯଶ ବଢୁଥାଉ,
ଦୁଃଖ ରୋଗ ବ୍ୟଥା
ମୋ ଦେହରେ ବହୁ
ସୁଖର ଢେଉରେ
ଦିନ ତୋର ବିତିଯାଉ !
ସ୍ତ୍ରୀ
ପ୍ରେମ ପ୍ରଣୟରେ
ପ୍ରୀତି ଲହରୀରେ
ଜୀବନ ତରୀରେ
ଛାଇ ପରି ସାଥେ ଥିବି,
ଆସୁ ଯେତେ ଝଡ଼
ଦୁଃଖ ର ପାହାଡ଼,
ଭାଙ୍ଗିବିନି କେବେ
ସାଥେ ସାଥେ ସଦା ଥିବି !
ପ୍ରେମିକା
ପ୍ରୀତି ଚାଉଁରୀରେ
ପ୍ରେମ କାଉଁରୀରେ
. ସାଜି ଶୀତକର
ଢାଳୁଥିବି ମିଠା ଜ୍ୟୋତ୍ସ୍ନା,
ଆଦର ଯତ୍ନରେ
ହୃଦୟ କନ୍ଦରେ
ସ୍ମୃତିରେ ସାଇତି
ଲିଭାଇବି ସବୁ ତୃଷ୍ଣା !
ଶେଷ କଥା
ଏତେ ସବୁ ଯଦି
ଦେଇପାରେ ସିଏ
ହୃଦୟରୁ ତାର
ସ୍ୱାର୍ଥ କୁ ଆହୁତି ଦେଇ,
ପ୍ରତିଦାନେ ତାର
ଯାତନା ଯନ୍ତ୍ରଣା
ଅତ୍ୟାଚାର ଯେତେ
ପୁରସ୍କାର ମିଳି ଥାଇ !