ବନାନୀ
ବନାନୀ
ଜୀବନର ଲକ୍ଷକୁ ଭେଦ
ଲେଖିବାର ଅଛି ମତେ ଚାଣକ୍ୟ ପଦ
କଳ୍ପନାର ସହରକୁ ଛାଡ଼ିଦେଇ
ଭାବନାର ବିଚାର କୁ ଫିଙ୍ଗିଦେଇ
ସ୍ବପ୍ନ ଦେଖିହେବ କାଳେ
ନିଦ୍ରାରୁ ନିବୃତ ହୋଇ
ଏକଲବ୍ୟଭଳି
ଆଙ୍ଗୁଠି ର ଲାଳଶା ହୃଦୟରୁ ଫିଙ୍ଗି
କଟକ ଚିନ୍ତା କରିବାକୁ ହେବ
ବାଇମୁଣ୍ଡି ଭଳି
ବାନ୍ଧିବାକୁ ହେବ ଗୁପ୍ତ ସାମ୍ରାଜ୍ୟ
ଅସରନ୍ତି ସାହସ
ଅନାବିଡ଼ ହୃଦ କମ୍ପନ
ସାହିତ୍ୟର ଜଙ୍ଗଲ ଭିତରକୁ
ପସିବାକୁ ହେବ ।।
ଛାନ୍ ଭିନ୍ କରିବାକୁ ହେବ
ଶବ୍ଦର ଉପବନ
ଫୁଟାଇବାକୁ ହେବ
ମସ୍ତିଷ୍କ ଗାଲିଚାରେ ଫୁଲ
ରୋପିବାକୁ ହେବ ବିମଣ୍ଡିତ ବର୍ଣ୍ଣ
ସମାଜ ପାଇଁ କୁଳ ପାଇଁ
ନିଜ ପାଇଁ ସ୍ୱନ୍ତନା
ଅଚିହ୍ନl ହସ ର ସହରରେ
ଭୁଲିବାକୁ ହେବ ସମ୍ଭ୍ରାନ୍ତର ଚିତ୍ରପଟ
କେବଳ ଆଗେଇବାକୁ ପଡିପାରେ
ଝୁଣ୍ଟା ଖାଇ
ରକ୍ତାକ୍ତ ହୋଇପାରେ ହୃଦୟ
ଭାଙ୍ଗି ଚୁର୍ ଚୁର୍ ହେବା ପର୍ଯ୍ୟନ୍ତ
ଧୋର୍ଯ୍ୟ ଧରିବାକୁ ହେବ
ବୁନ୍ଦେ ବୁନ୍ଦେ ଜଳରାଶିରୁ
ସୃଷ୍ଟି କରିବାକୁ ହେବ
ଇତିହାସର ସାଗର
ଭସେଇବାକୁ ଶବ୍ଦ ଭାବନାର ଡଙ୍ଗା
କୁଳ ସମ୍ଭାଳିବାକୁ ହେବ
ସାହିତ୍ୟ ର ଘଞ୍ଚ ବନାନୀ ଭିତରେ ।।
ଅପ୍ରତିଷ୍ଠିତ ହୋଇ
ଅଜ୍ଞାନୀ କଲମରେ
ସଜ୍ଞା ହୀନ ନାମରେ
ପଛ ଆସନର ନିର୍ବୋଧ ବାଳକଟିଏ ଭଳି
ଅଛନ୍ଦ କବିତ୍ୱର୍ ଅସ୍ପଷ୍ଟ ଶବ୍ଦରେ
ମାତ୍ରା ହୀନ ହୋଇ
ଆଗେଇବାର ପ୍ରୟାସ
ସମୟର ବ୍ୟବଧାନ ରେ ।।
