STORYMIRROR

subrat kumar jena

Fantasy

4  

subrat kumar jena

Fantasy

ବିନ୍ଦୁଏ ସିନ୍ଦୁର

ବିନ୍ଦୁଏ ସିନ୍ଦୁର

1 min
424

ଅଚାନକ ଆଣିଦିଏ ଜଣକୁ କୋଉ ଜାଗାରୁ କୋଉ ଜାଗାକୁ

ସତେ ଯେମିତି ଆଖି ଖୋଲିଲା ପରେ ବଦଳି ଗଲା ଜୀବନର ସଂଜ୍ଞା ।


ହାତରେ ଅନେକ ଦିନରୁ ସାଇତି ଥିବା ଖୁସିକୁ ଦେବାକୁ ପଡେ ଅଞ୍ଜଳି ।


ଅନେକ ବ୍ୟଥାକୁ ଲୁଚାଇବାକୁ ପଡେ ପୁରୁଣା ସିନ୍ଦୁକରେ

ଆଉ ପ୍ରଥମେ ଅନିଚ୍ଛା ସତ୍ୱେ ଦୁଃଖରେ ଥାଇ ବି

ଦେଖାଇବାକୁ ପଡେ ଖୁସିର ଝଲକକୁ ଅନ୍ୟର ଆଗରେ

ସତରେ ଏ କଣ ସହଜ ।


ସାମାନ୍ୟ ବିନ୍ଦୁଏ ସିନ୍ଦୁରରେ ହଜାଇବା ପୁରୁଣା ସ୍ମୃତିକୁ

ଯଦିଓ ନାଁ ,ଏଥିଲାଗି ପରା ଝିଅ ର ଜନ୍ମ ।


"ଦୁହିତା ଦୁଇକୁଳକୁ ହିତା" ଯାହାର ପରମ ଧର୍ମ

ସବୁକିଛିକୁ ଭୁଲିବାକୁ ପଡେ ସମୟର ଇସାରାରେ ।


ପରକରିବାକୁ ପଡେ ନିଜର ରକ୍ତକୁ ଛାତିକୁ ପଥର କରି

ଭୁଲିବାକୁ ପଡେ ଲିଳା ଖେଳା ର ବାଲ୍ୟ ଜନ୍ମ ଭୂମିର ଗାଆଁକୁ ।


ବାପା ଭାଇ ଭଉଣୀ ମାଆ ଆଉ ଏମିତି ଅନେକ ସମ୍ପର୍କକୁ

ନିଜକୁ ପରିବର୍ତିତ କରିବାକୁ ପଡେ ନୂଆ ସମ୍ପର୍କର ପ୍ରତିବନ୍ଧକରେ ।


ସଦା ମନେ ରଖିବାକୁ ପଡେ ଜୀବନର ଶେଷ ଯାଏ

ରଖିବାକୁ ପଡିବ ବାପ ଭାଇଙ୍କ ଈଜ୍ଜତ ଶାଶୁ ଘରେ ସ୍ୱାମୀସହିତ।


ଏଥିଲାଗି ବୋଧେ ଭଗବାନ ଦିଅନ୍ତି ତାଙ୍କୁ ସାହାସ ପ୍ରତି ପାଦରେ,

ଚାଲିବାକୁ ସ୍ୱାମୀର ପାଦରେ ପାଦ ମିଳାଇ

ସିନ୍ଦୁରରର ମର୍ଯ୍ୟାଦା ପାଳନ କରିବା ଲାଗି ଯୁଗେ ଯୁଗେ ।



Rate this content
Log in

Similar oriya poem from Fantasy