STORYMIRROR

Satyanarayan Sahoo

Action Inspirational Children

4  

Satyanarayan Sahoo

Action Inspirational Children

ବିଜ୍ଞାନ ଦେଇଛି କେତେ ଯେ ଖୁସି

ବିଜ୍ଞାନ ଦେଇଛି କେତେ ଯେ ଖୁସି

1 min
295


ବିଜ୍ଞାନ ଦେଇଛି କେତେ ଯେ ଖୁସି 

ବିଳାସ ବିଲୋଳ ସମ୍ଭାର ରାଶି ।

ଅକଳନ ଜ୍ଞାନ କୌଶଳ ବିଦ୍ୟା

ଅନେକ ଅନେକ ସୁଖ ସୁବିଧା ।

ଯୋଗାଇ ଦେଇଛି ଆଜି ବିଜ୍ଞାନ

ଗବେଷଣା ଲବ୍ଧ ତଥ୍ୟ ପ୍ରମାଣ ।

ଭଳି ଭଳି ଭାବ ଓ ଅନୁଭବ

ପରାମର୍ଶ, ତଥ୍ୟ, ଦ୍ରବ୍ୟ ଉଦ୍ଭବ ।

ହୋଇ ପାରି ଅଛି ବିଜ୍ଞାନ ବଳେ

ଅସମ୍ଭବ କାର୍ଯ୍ୟ ସାଧଇ ହେଳେ ।

ଅସୁବିଧା ଯେତେ କରେ ସେ ଦୂର

କରାଏ ଜୀବନ ଭୋଗେ ବିଭୋର ।

ବିଶ୍ଳେଷଣ ସଂଶ୍ଳେଷଣ ସେ କରି

ଦୁରନ୍ତ ରହସ୍ୟ କାଢେ ସବୁରି ।

ମନସ୍କାମନା ସେ ପୁରଣ କରେ

ରହସ୍ୟ ରୋମାଞ୍ଚେ ଜୀବନ ଭରେ ।

ଉଲ୍ଲାସ ଓ ଉଦ୍ଦୀପନା ଯୋଗାଏ 

ହରଷ ରେ ନିତି ମନ ରସାଏ ।

ଯେତେ କଳ କବ୍ଜା ଓ ଯନ୍ତ୍ର ପାତୀ

ସହିତ କାଢିଛି ବିଦ୍ୟୁତ୍ ଶକତି ।

ଅସାଧ୍ୟ କାର୍ଯ୍ୟ କୁ ନିମିଷେ ସାଧ୍ୟ

କରଇ ସବୁଠି ନାନା ସାହାର୍ଯ୍ୟ ।

ରୋଗ ନିର୍ଣ୍ଣୟ ଓ ଚିକିତ୍ସା କ୍ଷେତ୍ର

ବିଜ୍ଞାନ ଦେଇଛି ସୁଖ ସର୍ବତ୍ର ।

ଯାନବାହାନ ଓ କଳ କୌଶଳ

ଦକ୍ଷତା ହାସଲ ପାଇଁ ବିପୁଳ ।

ସୁବିଧା ସୁଯୋଗ ଭଣ୍ଡାର ଭାର

ଅର୍ପଣ କରୁଛି ଯେ ନିରନ୍ତର ।

ବିଜ୍ଞାନ ବିକାଶ ପାଇଁ ଅଜସ୍ର

ସବୁଠି ସୁଖ ର ଅତି ଆଶ୍ଚ୍ଯଯ୍ୟ ।

ପ୍ରବାହ ଅମାପ ଅନ୍ୱେଷଣ ର

ଅନନ୍ୟ ଆନନ୍ଦ ଉଲ୍ଲାସ ଚିର ।

ପ୍ରବାହିତ ହୁଏ ଆଜି ସବୁଠି

ଗ୍ରହାନ୍ତାର ଯାତ୍ରା ଓ ଅଗ୍ରଗତି ।

କରୁଛି ସମ୍ପ୍ରତି ନିତି ବିଜ୍ଞାନ 

ଗବେଷଣା ଦ୍ଵାରା ସେ ଉଦ୍ଭାବନ ।

ଆବିଷ୍କାର ସଂଘଟିତ ହେଉଛି

ମଣିଷ ସମୃଦ୍ଧି ବୃଦ୍ଧି ପାଇଛି ।

ଚମତ୍କାର ଭାବ ଆଲୋକସଜ୍ଜା 

ଯୋଗାଇ ଦେଇଛି କେତେ ଯେ ମଜା ।

ବିଳାସ ବ୍ୟସନ ବାସନା ମୟ

ପାର୍ଥିବ ସମ୍ପଦ ରାଶି ରେ ମୋହ ।

ଆମୋଦ ପ୍ରମୋଦ ଆଡମ୍ବର ରେ 

ବୁଡ଼ାଇ ରଖଇ ନିତି ସୁଖ ରେ ।।


Rate this content
Log in

Similar oriya poem from Action