STORYMIRROR

prajna paramita

Fantasy Others

3  

prajna paramita

Fantasy Others

ବିଡ଼ମ୍ବନା

ବିଡ଼ମ୍ବନା

1 min
4.8K


ତୋରଣର ଶେଷ ସଜ୍ଜାରେ,

ଦୃଶ୍ୟ ହୁଏ ନାଟକର ଶୂନ୍ୟ ମଞ୍ଚ

ଅଭିନୟ ଚାତୁରୀରେ, ଜିତିଥିବା ହୃଦୟଟି

ହୃଦୟ ଭାଙ୍ଗି ସକେଇ ହୁଏ ..

ଧୋଇଦିଏ ଚିକିମିକି ଚେହେରାର

ଆସ୍ତରଣ..

ସତରେ ଯେମିତି ବତୁରି ଆସେ

ମନ ଅଳନ୍ଧୁରେ ଛପି ବସିଥିବା

କୋହର ଟୋକେଇ ..

ନାଟକର ଅନ୍ତ ହେଲା ,

ବିଭୋର ମଧ୍ୟ ହେଲେ ଦର୍ଶକ,

ସହସ୍ର ତାଳିର ଧ୍ୱନିରେ

ପ୍ରକମ୍ପିତ ହେଲା ନାଟ୍ୟମଞ୍ଚ ..

ହେଲେ ଏ କ'ଣ ??

ସମାପ୍ତିର ଅନ୍ତରାଳେ

କାହିଁକି ଭରିଛି ବିଷାଦ !!

କାହିଁକି ଗଢି ଉଠିଛି ସନ୍ତାପର ଛାୟା !!

ସମାପ୍ତି ହିଁ ତ ଆରମ୍ଭର ସୂଚକ,

ସମାପ୍ତି ହିଁ ତ ଅୟମାରମ୍ଭର ପ୍ରତୀକ ..

ତେବେ କାହିଁକି ଏତେ ଶୋଚନା ??

ଏ ତ ବାସ୍ ସମୟର ବିଡ଼ମ୍ବନା ..।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy