STORYMIRROR

prajna paramita

Others

3  

prajna paramita

Others

ନିରିମାଖି ପ୍ରେମିକା

ନିରିମାଖି ପ୍ରେମିକା

1 min
739




ପ୍ରେମିକାର ବିହ୍ୱଳ ପଣରେ

ମୁଁ ତ..

ନିରିମାଖି ପ୍ରେମିକା ଟିଏ

ନିଇତି

ସଞ୍ଜ ଆସେ ,

ଆସେ ପୁଣି ନିଇତି ଜହ୍ନ

ଜ୍ୟୋସ୍ନାର ପରାଗ ସାଥେ

ବୋହି ଆଣେ

ଆମ ଅଲିଭା ସ୍ମୃତିର

ଅଭୁଲା ଦିନ ..


କାବୁ କରିନିଏ

ମୋ ହୃଦୟ,

ଆଉ ଭିଡି ନିଏ

ମୋ ମନ ..


ମୁଁ ବି ହାରିଯାଏ

ତା ଅଝଟ ଆଗରେ


ବିଶ୍ୱାସର ସମଗ୍ର ସତ୍ତାକୁ

ମଧୁରାଗିଣୀ ରେ ଭରି

ଅଜାଡି ଦିଏ

ମୋ ଉପରେ ..


ହେଲେ,

ମୁଁ କୋଉ ରହିପାରେ ଚୁପ୍!!


ଅଭିମାନର ଆଳରେ

ମେଲାଇ ବସେ

ଅଭିଯୋଗର ପୁଟୁଳି,

ଆପେ ଆପେ

ନୃତ୍ୟମଗ୍ନ ହୁଅନ୍ତି

ତୁମ ଛବି

ମୋ ହୃଦୟରୁ ମୁକୁଳି ..


ଅନୁଭବେ ତୁମ

ଶାଣିତ ଉପସ୍ଥିତି,

ପୁନଃ ଜାଗିଉଠେ

ତୁମ ଲଳିତ ପ୍ରତିଶ୍ରୁତି..


ଅପେକ୍ଷାରେ

ପାହିଯାଏ ରାତି,

ନା ଆସ ତୁମେ

ନା ଭାସି ଆସେ ତୁମ ସାଥେ

ତୁମର ସେହି

ସୁନ୍ଦରୀ ଡାକର

ସୁମଧୂର ଗୀତି..

ପ୍ରଜ୍ଞା ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍