Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

prajna paramita

Others

5.0  

prajna paramita

Others

କୁହତ

କୁହତ

1 min
457




ଜାଣିନି ମୁଁ ବଞ୍ଚିବାର ମୋହ

ନା ବୁଝିଛି ଏ ନୀରବିଦ କୋହ


କରିଛ ତ ସୀମାବଦ୍ଧ ତୁମେ

ଅଣାୟତେ ଅବା ଅଜାଣତେ

ନଥାଏ ଆୟତରେ ମନ ..


ପାଇବାର ଲୋଭରେ

ପରାଜୟ କୁ ସୀୱକାରେ

ଏବଂ

ହରାଇବାର ଭୟରେ

ନିଜକୁ ଧିକ୍କାରେ ..


ହେଲେ ,

ତୁମେ କୋଉ ମିଳିଯାଅ

ହାତ ମୁଠାରେ,

ନା ଆବିଷ୍କାର କରିପାରେ

ମନ ଇଲାକାର ନଦୀ ପଠାରେ..


ସବୁଜ ଶିଉଳିର ଖସଡା ପରି

ଦୂରତ୍ୱକୁ ଆପଣାଉଥାଅ

ଥରକୁ ଥର ..

କେତେବେଳେ ହେଇଯାଅ

ନିଜଠୁ ନିଜର

ତ କେତେବେଳେ

ଚାଲିଯାଅ ଦୂର ବହୁଦୂର ..


କୁହତ !!

କେମିତିକା ପ୍ରେମ ଆମର ..

ଅବିଳମ୍ବେ ସାଜିଉଠେ

ଖୁସିର ଫୁଆରା ତ,

ଅସମୟେ ଦେଇଯାଏ

ଦୁଃଖର ଜୁଆର ..

💖💖💖💖💖💖


Rate this content
Log in