STORYMIRROR

ପ୍ରଜ୍ଞା ପାରମିତା

Others

3  

ପ୍ରଜ୍ଞା ପାରମିତା

Others

ବ୍ୟଥା

ବ୍ୟଥା

1 min
237

ଅଜାଡି ଦେ 

ଆଞ୍ଜୁଳାଏ ସୁଖ

ଅବା

ବିଛାଡି ଦେ

ଅସରାଏ ଦୁଃଖ

କିଛି ବି ପଡିବନି ଫରକ ।


ହେଇପାରେ ,

ସୁଖର ଗାଲିଚାରେ

ବୁଲିବାର ଭ୍ରମ

ରକ୍ତାକ୍ତ କରିଦେବ

ମୋ ହୃଦୟ,

କେଇ ଗଣ୍ଡା 

ରଙ୍ଗୀନ ପ୍ରଜାପତିଙ୍କ

ସୂଖ୍ମ ରେଣୁର ଆଘାତେ

ଭାଙ୍ଗି ପଡିବ ମୋ ସପନ ।


ହେଲେ, 

କିଛି ମୁହୁର୍ତ୍ତ ପାଇଁ ତ

ଧୋଇଯିବ

ଛାତିର ଦରଦ

ଯେତେବେଳେ

କଡ ଲେଉଟାଇବ

ଆମ ସ୍ମୃତିର ଫରଦ ।


ପୁଣିଥରେ ସଞ୍ଚିଯିବ ପ୍ରାଣ

ଭୁଲିଯାଇ ଜଡ଼ତ୍ୱର ଗୁଣ

ଅଦିନିଆ ଘୋଟିଯିବ ମେଘ

ପୁଲକରେ ଭରି ଚତୁର୍ଦିଗ

ମିଛୁଟାରେ ବଖାଣି ତୋ କଥା

ହରିନେବ ହୃଦୟରୁ ବ୍ୟଥା ।

         


Rate this content
Log in